ବେଲପଡାରେ ଭିନ୍ନକ୍ଷମ ଚିହ୍ନଟ ଶିବିର

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଅଫିସ ପରିସରରେ ଭିନ୍ନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି, ସାଂସଦ ପ୍ରତିନିଧି ପ୍ରଶାନ୍ତ ଦାସ, ବ୍ଲକ ଅଧ୍ୟକ୍ଷା ଟିନା କୁମ୍ଭାର, ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ବିଡିଓ ଭିକ୍ଟର ସୋରେନ, ଏବିଡିଓ ସାରଥୀ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ ସଭା ପରିଚାଳନା କରିଥିଲେ । ମୋଟ ପଞ୍ଜିକୃତ ୫୧୧ ଜଣ ଭିନ୍ନକ୍ଷମଙ୍କ ମଧ୍ୟରୁ ୪୩୭ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ସବୁ କାର୍ଯ୍ୟର ତତ୍ୱାବଧାନରେ ସୂରଜ ପଟେଲ ଓ ଗୋବିନ୍ଦ ଭୋଇ ଦାୟିତ୍ୱ ନିର୍ବାହ କରିଥିଲେ ।

Leave A Reply

Your email address will not be published.