ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ହୋଇଥିବା ବଙ୍ଗୋମୁଣ୍ଡା ୩୬ତମ ଧନୁଯାତ୍ରା ମହୋତ୍ସବରେ ଆୟୋଜକ କମିଟି ପକ୍ଷରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଯୁବ ସାମ୍ବାଦିକ ହୁଲେଶ୍ୱରଙ୍କୁ ପ୍ରତିଭାବାନ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବର୍ଦ୍ଧିତ କରିବା ସମୟରେ ରାଜ୍ୟ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ସହ ଆୟୋଜକ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଶ୍ରୀ ହଂସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି । ବିଭିନ୍ନ ସମୟରେ ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କ ସମସ୍ୟା କଥା ସବୁବେଳେ ସରକାର ଓ ପ୍ରଶାସନକୁ ଖବର ମାଧ୍ୟମରେ ଉପସ୍ଥାପନ କରୁଥିବାରୁ ସେ ଚର୍ଚ୍ଚାରେ ରହି ଆସିଛନ୍ତି ।

Leave A Reply

Your email address will not be published.

error: Content is protected !!