oom

କାଳିପଲ୍ଲୀଠାରେ କମ୍ପାନୀ ବିବାଦ : ୨୦ ଖଣ୍ଡ ଗ୍ରାମର କମିଟି ପ୍ରତିନିଧି ଦଳଙ୍କୁ ଡକାଇ ପ୍ରଶାସନର ବୈଠକ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କାଳିପଲ୍ଲୀ ଗ୍ରାମ ସମେତ ୨୦ ଖଣ୍ଡ ଗ୍ରାମର ପ୍ରତିନିଧି ଦଳ ଏବଂ ଏହା ସପକ୍ଷରେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନ୍ୟ କର୍ମକର୍ତ୍ତା, ଦୀପକ ଫର୍ଟିଲାଇଜର କମ୍ପାନୀ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ସାମୂହିକ ବୁଝାମଣା ନେଇ ବୁଧବାର ସନ୍ଧ୍ୟାରେ ଆଲୋଚନା ହୋଇଯାଇଛି । ହେଲେ ଏଥିରେ ଦୀପକ ଫର୍ଟିଲାଇଜର କମ୍ପାନୀ ସପକ୍ଷରେ ପ୍ରଶାସନ ଯୁକ୍ତି ବାନ୍ଧି ତର୍କ ରଖିଥିବା ବେଳେ କମ୍ପାନୀ ବସିବାକୁ ଥିବା ଜମି ହିତାଧିକାରୀମାନଙ୍କ ମଧ୍ୟରେ କୌଣସି ମେଳ ଖାଉନଥିବା ବେଳେ କମ୍ପାନୀ ସ୍ଥାପନ ଏଠାରେ ହେବା ଅନିଶ୍ଚିତ ହୋଇଛି । ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ ପାତ୍ର, ଛତ୍ରପୁର ଏସଡିପିଓ ଗୌତମ କିଷାନ, ତହସିଲଦାର ପ୍ରକାଶଚନ୍ଦ୍ର ମିଶ୍ର ପ୍ରମୁଖ ବହୁ ସରକାରୀ ପଦାଧିକାରୀ ଗ୍ରାମ୍ୟ କମିଟି ପ୍ରତିନିଧିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ତେବେ କୌଣସି ଆଶୁ ସଫଳ ହୋଇ ନ ଥିବା ପଡିଛି । ସୂଚନାଯୋଗ୍ୟ ଯେ, ଚମାଖଣ୍ଡି ଥାନା କାଳିପଲ୍ଲୀ ଗ୍ରାମ ନିକଟ ଟାଟା-ଏସଇଜେଡ ପରିସରରେ ନିର୍ମାଣାଧୀନ ସ୍ମାର୍ଟ କେମି ଟେକ୍ନୋଲୋଜି କମ୍ପାନୀର କାମ ଦୀପକ ଫର୍ଟିଲାଇଜର କମ୍ପାନୀ କାର୍ଯ୍ୟାରମ୍ଭ ଦିଗରେ ବହୁବାର ବିବାଦୀୟ ଘଟଣା ଦେଖାଦେଇଥିବା ନେଇ ଅଭିଯୋଗ ହୋଇଛି । ଜମି ହିତାଧିକାରୀମାନେ ଏହି କମ୍ପାନୀକୁ ପ୍ରଶୟ ଦିଆଯିବ ନାହିଁ ବୋଲି ପୂର୍ବରୁ ଏବେ ଯାଏଁ ସ୍ୱର ଉଠାଇଛନ୍ତି । କାଳୀପଲ୍ଲୀରେ କମ୍ପାନୀ କାର୍ଯ୍ୟକ୍ଷମ ହେଲେ ଏହାର ୧୦ କିମି ମଧ୍ୟରେ ବସ୍ତି ଅଞ୍ଚଳକୁ ପ୍ରଦୂଷିତ ହେବ ବୋଲି ମତ ପ୍ରକାଶ ପାଇଛି । ଲୋକଙ୍କ ଜୀବନ ହାନୀ ଘଟିବ ବୋଲି ଆଶଙ୍କା କରି ଏଠାରେ କମ୍ପାନୀ ବସାଇବାକୁ ବିରୋଧ କରାଯାଉଛି । ଉକ୍ତ ବୈଠକରେ ମଧ୍ୟ ପ୍ରତିନିଧିଗଣ ଅନୁରୂପ ଦାବୀ କରିଛନ୍ତି । ବରଂ ଅନ୍ୟ କୌଣସି କମ୍ପାନୀକୁ ଦିଆଯାଇ କାଳୀପଲ୍ଲୀ ଗ୍ରାମ ସମେତ ୨୦ ଖଣ୍ଡ ଗ୍ରାମର ଅଧିବାସୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ହାସଲ କରିବୁ ବୋଲି ପ୍ରତିନିଧି ଦଳ ପ୍ରଶାସନ ଆଗରେ କହିଛନ୍ତି । କମ୍ପାନୀ ପାଇଁ ତତ୍‌କାଳୀନ ଜିଲ୍ଲାପାଳ ମିଥ୍ୟା ତଥ୍ୟ ଦେଇଥିବା ନେଇ ଗ୍ରାମବାସୀଙ୍କ ସପକ୍ଷରେ ସୁରେନ୍ଦ୍ର ପାଣିଗ୍ରାହୀ ଦୃଢ଼ ଅଭିଯୋଗ କରିଛନ୍ତି । କମ୍ପାନୀ ଏଠାରେ ବସାଇବାକୁ ବନ୍ଦ କରିବା ନେଇ ଗତ ୬ ମାସ ହେବ ଆନ୍ଦୋଳନ ହୋଇ ଆସୁଛି । ସୂଚନା ଥାଉକି, ରାଜ୍ୟ ସରକାର ଇତିମଧ୍ୟରେ ଏହି ଗାଁର ୨୦୬ ଏକର ଅଧିଗୃହୀତ ଜମି ନିକଟରେ ଫେରାଇବା ନିମନ୍ତେ ଘୋଷଣା କରିଥିଲେ ।

jittmm
Leave A Reply

Your email address will not be published.