jayashree

ଜମ୍ମୁ ଓ କଶ୍ମୀରରେ ଡାକ୍ତରୀ ଶିକ୍ଷାର ନୂଆ ଯୁଗକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

  • ଜମ୍ମୁ ଓ କଶ୍ମୀରର ୨୦ ଜିଲ୍ଲା ସରକାରୀ ଡାକ୍ତରଖାନାରେ ୨୬୫ ଡିଏନବି ସ୍ନାତକୋତ୍ତର ଡାକ୍ତରୀ ସିଟ ପାଇଁ ସରକାରଙ୍କ ମଞ୍ଜୁରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀରରେ ଡାକ୍ତରୀ ଶିକ୍ଷାର ନୂଆ ଯୁଗକୁ ପ୍ରଶଂସା କରିଛନ୍ତି । ଜମ୍ମୁ ଓ କଶ୍ମୀରରେ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ କରିବା ସହ ଯୁବପୀଢିଙ୍କ ସଶକ୍ତିକରଣ ପାଇଁ ୨୦ଟି ଜିଲ୍ଲା ସରକାରୀ ଡାକ୍ତରଖାନାରେ ୨୬୫ ଡିଏନବି ସ୍ନାତକୋତ୍ତର ସିଟ୍ ଖୋଲିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଏକ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଜମ୍ମୁ ଓ କଶ୍ମୀରରେ ଚିକିତ୍ସା ଭିତ୍ତିଭୂମି ସୁଦୃଢ କରିବା ସହ ଯୁବପୀଢିଙ୍କ ସଶକ୍ତିକରଣ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।”

Leave A Reply

Your email address will not be published.