ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା କେର୍ମେଲାବାହାଲ ଓ ବରତୁଣ୍ଡା ସିଆର୍ପିଏଫ୍ କେମ୍ପ୍ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଞ୍ଚଳର ଗରିବ ଲୋକଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିଆର୍ପିଏଫ୍ କମାଣ୍ଡେଣ୍ଟ ପବନ କୁମାର ତିୱାରୀ ଯୋଗଦେଇ ଜନ ସାଧାରଣଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସାମିଲ କରି ଅନେକ ସମୟରେ ଲୋକାଭିମୁଖୀ ଯୋଜନାର ସାମଗ୍ରୀ ବଣ୍ଟନ କରୁଥିବା ସହ ଜନ ସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ସବୁବେଳେ ପ୍ରୟାସ ଜାରି ରଖିଥିବା ପ୍ରକାଶ କରିଥିଲେ ।ବରତୁଣ୍ଡା ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଇନିସ୍ପେକ୍ଟର ମେହେବୁର ରହେମାନ୍ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରତୁଣ୍ଡା ସରପଞ୍ଚ ଶ୍ରୀମତୀ ରିତା ସୁନା ଯୋଗ ଦେଇ ସିଆରପିଏଫ୍ ଯବାନ ଏହି କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ । ପରିଶେଷରେ ସେକେଣ୍ଡ କମାଣ୍ଡେଣ୍ଟ ପୀତବାସ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ସେହିପରି କେର୍ମେଲାବାହାଲ ସିଆରପିଏଫ୍ ଯବାନ କେମ୍ପରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଞ୍ଜୟ କୁମାର୍ ତ୍ରିପାଠୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ସିଆର୍ପିଏଫ୍ କମାଣ୍ଡେଣ୍ଟ ପବନ କୁମାର ତିୱାରୀ ଯୋଗଦେଇ ଜନସାଧାରଣଙ୍କ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ସହ ଜନ ସାଧାରଣଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା କହିଥିଲେ । ସମ୍ମାନିତ ଅତିଥି ଭାବରେ ସରପଞ୍ଚ ପ୍ରତିନିଧି ମନୋଜ କୁମାର ସାହୁ, ସରପଞ୍ଚ ପଙ୍କଜ ସାହୁ ଯୋଗଦେଇ ଜନ ସାଧାରଣଙ୍କ ନିମନ୍ତେ ଯବାନ ମାନଙ୍କ ଭୂମିକା ବିଷୟରେ କହି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସେକେଣ୍ଡ କମାଣ୍ଡେଣ୍ଟ ପୀତବାସ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ କୁନି କୁନି ଶିଶୁ ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Next Post