oom

ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ଚତୁର୍ଥ ରଜନୀ : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଂଚ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିନ ଥିଲା ବେଶ ମନୋଲୋଭା । ପୂର୍ବଦିନ ଭଳି ଚତୁର୍ଥ ଦିନ ବି କଂସଙ୍କ ରାଜୁତି ଦେଖିବାକୁ ମିଳିଥିଲା । ପୁତୁନା, ବକାସୁର, ଷଣ୍ଢାସୁର ବଧକୁ ନେଇ କଂସ ମହାରାଜ ବେଶ ଚିନ୍ତିତ ହୋଇ ପଡିଥିଲେ । ଏହି ଅବସରରେ ଆୟୋଜିତ କଂସ ଦରବାରରେ ଦୁରିଆ ଟ୍ରାଇବେଳ ଡ୍ୟାନ୍ସ ଗ୍ରୁପ କୋରାପୁଟ, ମହାକାଳ ଡ୍ୟାନ୍ସ ଗ୍ରୁପ ବଙ୍ଗୋମୁଣ୍ଡା, ବିକି ଡ୍ୟାନ୍ସ ଗ୍ରୁପ ବଙ୍ଗୋମୁଣ୍ଡା, ଗଗନ ଡ୍ୟାନ୍ସ ବଙ୍ଗୋମୁଣ୍ଡା ପ୍ରମୁଖଙ୍କ ସହ ବହୁ ସାଂସ୍କୁତିକ କାର୍ଯ୍ୟକ୍ରମ ବି ଆକର୍ଷଣୀୟ ହୋଇଥିଲା । ଗୋଟିଏ ପଟେ ନାଚ ଗୀତର ଆସର ତ ଅନ୍ୟ ପଟେ କଂସଙ୍କ ରାଜକୀୟ ଠାଣିରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ଉପସ୍ଥିତ ରହି ବେଶ ଉପଭୋଗ କରିଥିଲେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ । କଂସଙ୍କ ରାଜଦରବାରଙ୍କୁ ରାଜକୀୟ ଅତିଥି ଭାବରେ ବଲାଙ୍ଗିର ବିଡ଼ିସିସି ବ୍ୟାଙ୍କ ନିର୍ଦ୍ଦେଶକ ଲକ୍ଷ୍ମଣ ମେହେର, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ହୀରାକୁଦ ନିର୍ବାହୀ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆ, କଣ୍ଟାବାଞ୍ଜି ସ୍ଥିତ କେଭି କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ବରିଷ୍ଠ ନାଗରିକ ଧୁବା ପୁଟେଲ ପ୍ରମୁଖ ରାଜକୀୟ ଅତିଥି ଭାବେ ଯୋଗ ଦେଇଥିଲେ । ବଙ୍ଗୋମୁଣ୍ଡା ଯାତ୍ରାର ଆଖଡାଶାଳା, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଜଳସେଚନ ସୁବିଧା ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ସିନ୍ଦୁର, ଉତ୍ତମ ସଂଗଠକ ତୁଳସୀରାମ ହଂସ, ଚିତ୍ରଶିଳ୍ପୀ ଘନଶ୍ୟାମ ମନହୀରା ପ୍ରମୁଖଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମହାବିଦ୍ୟାଳୟ ସ୍ତରରେ କରାଯାଇଥିବା ବିଭିନ୍ନ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଡ.ନାରାୟଣ ମିଶ୍ର କାର୍ଯ୍ୟକ୍ରମ ତୁଳାଇ ଥିଲେ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଧନୁଯାତ୍ରା ଦୁଲୁକି ଯାଉଥିବା ବେଳେ ମୀନାବଜାର, ଡ୍ରାଗନ ଆଦି ଆହୁରି ଆକର୍ଷଣ ହୋଇଅଛି । ସେପଟେ ବଙ୍ଗୋମୁଣ୍ଡା ନିକଟସ୍ଥ ଗୋହିରାପଦରକୁ ଗୋପପୁରରେ ପରିଣତ କରାଯାଇଥିଲା । ଗୋହିରାପଦର ଗୋପପୁରରେ ଆୟୋଜକ କମିଟିର ସଭାପତି ବିନୋଦ ମେହେରଙ୍କ ନେତୃତ୍ୱରେ ସମସ୍ତ ଗ୍ରାମବାସୀ ବେଶ ଉତ୍ସାହର ସହ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ସହଯୋଗ କରିଥିଲେ । ଅକ୍ରୁର ଆଗମନ, କଂସଙ୍କୁ ସ୍ୱପ୍ନାଦେଶ, ଗୋପୀମାନଙ୍କ ଦହି ବିକ୍ରି, କଂସ ଚିନ୍ତିତ ଓ ମର୍ମାହତ, ଷଣ୍ଢାସୁର ବଧ, କୁବୁଜା ଉଦ୍ଧାର, ସୁଦାମା ମାଲୀ, ରଜକ ଉଦ୍ଧାର, କୁବଲୟା ବଧ ଆଦି ନାଟ୍ୟାଭିମୟ ହୋଇଥିଲା । ଏହି ଅବସରରେ ବଙ୍ଗୋମୁଣ୍ଡା କୋଶଲ ମୁକ୍ତି ମୋର୍ଚ୍ଚା ଓ ବଙ୍ଗୋମୁଣ୍ଡା ଫୁଟବଲ୍‌ କ୍ଲବ ପକ୍ଷରୁ ଦର୍ଶକମାନଙ୍କୁ ମାଗଣାରେ ପାଣି ବଣ୍ଟନ କରାଯାଉଛି ।

jittmm
Leave A Reply

Your email address will not be published.