csstore

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳନ ଉପଲକ୍ଷେ ଗ୍ରାମସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ଅକ୍ଟୋବର ୩୧ ତାରିଖଠାରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ଉପଲକ୍ଷେ ୨ ତାରିଖରେ ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିର ଶାଖା ପକ୍ଷରୁ ଜନସାଧାରଣଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏହି ଗ୍ରାମ ସଭାରେ ଡ଼ିଏସପି ଭିଜିଲାନ୍ସ, ବଲାଙ୍ଗିର ପୁଲସ୍ତି ଛତ୍ରିଆ, ସରପଞ୍ଚ ବାବିତା ବାଗ, ବଙ୍ଗୋମୁଣ୍ଡା ବ୍ଲକ ଜିପିଇଓ ସୁଧୀର କୁମାର ଠାକୁର, ପିଇଓ ଚିନ୍ତାମଣି ରଣା,ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିରର କର୍ମଚାରୀଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ସେହିପରି ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମଧ୍ୟ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା ଏହି ଗ୍ରାମସଭାରେ ଡ଼ିଏସ୍‌ପି ଭିଜିଲାନ୍ସ, ବଲାଙ୍ଗିର ପୁଲସ୍ତି ଛତ୍ରିଆ, ସରପଞ୍ଚ ରଞ୍ଜିତା ମେହେର, ବଙ୍ଗୋମୁଣ୍ଡା ବ୍ଲକ ଜିପିଇଓ ସୁଧୀର କୁମାର ଠାକୁର, ପିଇଓ ସତ୍ୟ କୁମାର ଘିବେଲା, ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିରର କର୍ମଚାରୀଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.