jayashree

ସାମ୍ବାଦିକଙ୍କ ମାତୃ ବିୟୋଗ

କଣ୍ଟାମାଳ, (କେପିଏନ୍‌ଏସ୍‌) : ସାମ୍ବାଦିକ ବଂଶୀଧର ମାଝୀଙ୍କ ମାତା ଦୈମତୀ ମାଝୀଙ୍କ ପରଲୋକ ହୋଇଯାଇଛି । ଗତ କିଛିଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡିତ ଥିଲେ । ସେ ଘରେ ରହି ଚିକିତ୍ସିତ ହେଉଥିଲେ । ବୁଧବାର ଅପରାହ୍ନରେ ତାଙ୍କ ପରଲୋକ ହୋଇଯାଇଥିଲା । ଅନ୍ତିମ ସମୟରେ ଏକମାତ୍ର ପୁଅ ବଂଶୀଧର, ବୋହୂ ବିଶାଖା, ନାତି ହିତେଶ, ଅମୀୟ ଓ ସ୍ୱାମୀ ବିଜୟ, ଭାଇ, ଭାଉଜ, ଭଣଜା ପ୍ରମୁଖ ଉପସ୍ଥିତ ଥିଲେ । ପୁଅ ବଂଶୀଧର ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.