centurian jitm

ବିରୁଡ଼ି ଆକ୍ରମଣରେ ମହିଳା ଗୁରୁତର

ନୂଆଗଡ : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଖଜୁରୀପଦାରେ ଜଣେ ମହିଳା ବଣକୁ ଯାଇଥିବା ବେଳେ ବିରୁଡି ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମହିଳା ଜଣକ ସେହି ଗ୍ରାମର ଯଶୋଦା ବେହର୍ଦଲାଇ ବୋଲି ଜଣାପଡିଛି । ସୂଚନା ଅନୁସାରେ ମଙ୍ଗଳବାର ଦିନ ପୂର୍ବାହ୍ନରେ ରୋଷେଇ କରିବା ପାଇଁ କାଠ ଆଣିବାକୁ ଯାଇଥିବା ବେଳେ ମହିଳା ଜଣକ ବିରୁଡି ଆକ୍ରମଣର ଶିକାର ହୋଇଥିଲେ ।

Leave A Reply

Your email address will not be published.