centurian jitm

ଛିନ୍ଦେଇକେଲାରେ ଅଷ୍ଟପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଗ୍ରାମ ଶ୍ରୀ ଶ୍ରୀ ରାମଜୀ ମନ୍ଦିର ଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞ କର୍ତ୍ତା ଭରତଚନ୍ଦ୍ର ସାହୁ ଓ ନଳିତା ସାହୁଙ୍କ ସ୍ଵ ଉଦ୍ୟମରେ ମନ୍ଦିର ପୂଜକ କର୍ମକାଣ୍ଡ ବିଶାରଦ ଓ ଦକ୍ଷ ପଣ୍ଡିତ ସୁବାଷ ପାଢ଼ୀ ପୂଜାର୍ଚ୍ଚନା କରିଥିଲେ । ତାଙ୍କ ସହିତ ପଣ୍ଡିତ ସନ୍ତୋଷ ପାଢ଼ୀ, ପଣ୍ଡିତ ଅନନ୍ତ ପାଢ଼ୀ, ପଣ୍ଡିତ ଡମ୍ବରୁ ଧର ନନ୍ଦ, ପଣ୍ଡିତ ଅଜିତ ତ୍ରିପାଠୀ, ପଣ୍ଡିତ ଅର୍ଜୁନ ପାଣ୍ଡ୍ୟା, ପଣ୍ଡିତ ସରୋଜ ରଥ, ଅକ୍ଷୟ ଦାଶ ଓ ନାରାୟଣ ଦାଶ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ମିଠାପାଲିର ବଜରଙ୍ଗବଳୀ ସଂକୀର୍ତ୍ତନ୍ୟ ଦଳ ଓ ଛିନ୍ଦେଇକେଲାର ଲକ୍ଷ୍ମୀ ନାରାୟଣ ସଂକୀର୍ତନ୍ୟ ଦଳ, ବଜରଙ୍ଗବଳି ରଙ୍ଗୀନ ସଂକୀର୍ତ୍ତନ୍ୟ ଦଳ ତଥା ମିଠାପାଲିର ଆଉ ଏକ କୀର୍ତ୍ତନ୍ୟ ଦଳ ଯୋଗଦାନ କରି ମହାମନ୍ତ୍ର ଉଚ୍ଚାରଣ କରିଥିଲେ । ମନ୍ଦିର କମିଟି, ଗ୍ରାମବାସୀ ଏବଂ ବିଶିଷ୍ଟ କୀର୍ତ୍ତନ୍ୟ ଗୁରୁ କୈଳାଶ ସାହୁଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇଛି ବୋଲି ତାଙ୍କର ପୁତ୍ର ପ୍ରଦୀପ ସାହୁ ଓ ପ୍ରମୋଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଶେଷରେ ବୈଠକି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ମନୋଜ କୁମାର ସାହୁ ।

Leave A Reply

Your email address will not be published.