centurian jitm

କେଭି କଲେଜର ତର୍କ ଶାସ୍ତ୍ର ପ୍ରାଧ୍ୟାପକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କେଭି କଲେଜର ତର୍କ ଶାସ୍ତ୍ର ପ୍ରାଧ୍ୟାପକ ଭଗବାନ ପ୍ରଧାନ ଗତକାଲି ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୧ ବର୍ଷ ଏହି କଲେଜରେ ଶିକ୍ଷାଦାନ କରି ସେ ଅବସର ଗ୍ରହଣ କରିଛନ୍ତି । ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସଭାରେ ତାଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧର୍ିତ କରାଯାଇଥିଲା । ସେ ଜଣେ ଦକ୍ଷ ଅଧ୍ୟାପକ ତଥା ଛାତ୍ର ବତ୍ସଳ ଭାବରେ ଅନେକ ସୁନାମ ଅର୍ଜନ କରିଛନ୍ତି । ଉକ୍ତ ସଭାରେ ପ୍ରଧ୍ୟାପକ ଲୋହିତାକ୍ଷ ଯୋଷୀ, ଦେବେନ୍ଦ୍ର ମେହେର, କରୁଣାକର ନାଏକ, ରୋହିତ କୁମ୍ଭାର, ପ୍ରଭାସିନୀ ରାଉତରାୟ, ଡ. ସଞ୍ଜୟ କୁମାର ମିଶ୍ର, ମଳୟ ନାଗ ତାଙ୍କ କାର୍ଯ୍ୟକାଳର ବିଭିନ୍ନ ସ୍ମୃତିଚାରଣ କରିବା ସଂଗେସଂଗେ ତାଙ୍କ ମଙ୍ଗଳ କାମନା କରିଥିଲେ । ଅଧ୍ୟାପକ ରାଜେଶ ମହାନ୍ତି, ଯଶୋବନ୍ତ ନାରାୟଣ ମିଶ୍ର, ନମିତା ମିଶ୍ର, ସବିତା ମହାପାତ୍ର, ପ୍ରତାପ ପାଣିଗ୍ରାହୀ, ତଥା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.