jayashree

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା କାର୍ଯ୍ୟକାରିଣୀ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର କାର୍ଯ୍ୟକାରିଣୀ ବୈଠକ ସଭାପତି ଗିରିଧାରୀ ଶତପଥିଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ଜୟକୃଷ୍ଣ ଦାଶ ଶର୍ମାଙ୍କ ବାସଗୃହରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସଭାପତି ସଭ୍ୟମାନଙ୍କୁ ଅଭିନନ୍ଦନ ଜଣାଇ ସ୍ୱାଗତ କରିଥିଲେ ଓ କହିଥିଲେ ଯେ ଆମର ସଂଘର କର୍ମକର୍ତ୍ତାଙ୍କ ସମୟ ଅବଧି ସମ୍ପୂର୍ଣ୍ଣ ହୋଇଥିବାରୁ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ ଓ ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହା ବ୍ୟତିତ ସଂଘର ସମ୍ବିଧାନ ସଂଶୋଧନ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ନୂତନ କର୍ମକର୍ତ୍ତା ଚୟନ ପାଇଁ ଆସନ୍ତା ୨୭/୧୧/୨୦୨୨ରେ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ସାଧାରଣ ସଭା କରାଯିବା ତଥା ନୂଆଁଖାଇ ଭେଟ୍‌ଘାଟ୍‌ କରାଯିବା ପାଇଁ ସ୍ଥିରିକୃତ ହୋଇଥିଲା । ଏହି ସଭାରେ ବ୍ରାହ୍ମଣ ସମାଜର ସମସ୍ତ ସଭ୍ୟ ଯୋଗଦାନ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ଆଲୋଚନାରେ ବ୍ରାହ୍ମଣ ସମାଜର ଉପଦେଷ୍ଟା ପଣ୍ଡିତ ଜୟକୃଷ୍ଣ ଦାଶ ଶର୍ମା, ଉପଦେଷ୍ଟା ତଥା ପୂର୍ବତନ ସଭାପତି ସତ୍ୟବନ୍ତ ବେଦବାକ୍‌, ଉପ-ସଭାପତି ଗୋପବନ୍ଧୁ ପୁରୋହିତ, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ସଂପାଦକ ରଘୁନାଥ ମିଶ୍ର, ସହସଂପାଦକ ପୁରୁଷୋତ୍ତମ ପଣ୍ଡା, ଜୟରାମ ମିଶ୍ର, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ପ୍ରଭୁଦତ୍ତ ଶତପଥି ଆଲୋଚନାରେ ଭାଗ ନେଇଥିଲେ । ସଭା ଶେଷରେ ଲକ୍ଷ୍ମୀ ପ୍ରସାଦ ଚାନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.