oom

ବଲାଙ୍ଗିର ଦିନ ପାଇଁ ଘୁନସର ଶ୍ରୀ ଅରବିନ୍ଦ ଯୁବ ସଂଘ ତରଫରୁ ରକ୍ତଦାନ ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଅଧିନସ୍ଥ ଘୁନସର ଗ୍ରାମର ଶ୍ରୀ ଅରବିନ୍ଦ ଯୁବକ ସଂଘ ଓ ନେହେରୁ ଯୁବକ କେନ୍ଦ୍ର ବଲାଙ୍ଗିରର ମିଳିତ ଉଦ୍ୟମରେ ସ୍ଥାନୀୟ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଅରବିନ୍ଦ ଯୁବକ ସଂଘର ପ୍ରେମାନନ୍ଦ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଇଁନ୍ତଲା ବିଡଓ ଚନ୍ଦ୍ରମଣି ନାଗ ଯୋଗଦେଇ ଥିବା ବେଳେ ଥାନା ଅଧିକାରୀ ଅବଜୀ ସାହୁ, ଘୁନସର ପଂଚାୟତ ସରପଞ୍ଚ ପ୍ରତିନିଧି ଚମ୍ପୁ ସେଠ, ଡାକ୍ତର ସୁବନ୍ତ ନାଗ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗରାଜ ନାଏକ, ରକ୍ତଦାତା ତଥା ସମାଜସେବୀ ମିଳନ କୁମାର ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ରକ୍ତଦାନ ଏକ ମହତଦାନ ରକ୍ତର କୋ÷÷ଣସି ବିକଳ୍ପ ନାହିଁ । ଏହା କାରଖାନାରେ ତିଆରି ହୋଇପାରେ ନାହିଁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବଲାଙ୍ଗିର ଦିନ୍‌ ଅବସରରେ ହୋଇଥିବା ଏହି ମହତ କାର୍ଯ୍ୟକ୍ରମକୁ ଅତିଥିଗଣ ପ୍ରଶଂସା କରିଥିଲେ । ପ୍ରଥମେ ଅତିଥି ଗଣ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ତଥା ସ୍ମୃତିଚାରଣ କରି ଜାତୀୟ ଏକତା ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପୂର୍ବରୁ ରେଡକ୍ରସ କର୍ମୀ ଓ ଶ୍ରୀ ଅରବିନ୍ଦ ଯୁବକ ସଂଘ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ ପରିକ୍ରମା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ରାଜ୍ୟ ପୁରସ୍କାରପ୍ରାପ୍ତ ସମାଜସେବୀ ଶିକ୍ଷକ ରାମ ନାରାୟଣ ଦାଶ ସଂଯୋଜନା କରିଥିବା ବେଳେ ଶ୍ରୀ ଅରବିନ୍ଦ ଯୁବକ ସଂଘର ସଂପାଦକ ମନୋଜ ସାହୁ ସଭା ପରିଚାଳନା କରିଥିଲେ । ରକ୍ତ ସଂଗ୍ରହଣ କରିବା ପାଇଁ ଟିଟିଲାଗଡ ବ୍ଲଡ ବ୍ୟାଙ୍କର କର୍ମଚାରୀ ପ୍ରଶାନ୍ତ ସାହୁ, ଜିତେନ୍ଦ୍ର କୁମାର ପଣ୍ଡା, ଜୟରାମ ପ୍ରମୁଖ ଆସି ରକ୍ତ ସଂଗ୍ରହ କରିଥିଲେ । ଏହି ରକ୍ତଦାନ ଶିବିରରେ ଥାନା ଅଧିକାରୀ ଅବନୀ ସାହୁ ରକ୍ତଦାନ କରିଥିବା ବେଳେ ରକ୍ତଦାତାଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ । ସଂଘର ସହ ସମ୍ପାଦକ ସୁନିଲ ଗହୀର, କୋଷାଧ୍ୟକ୍ଷ ତୁଳସୀ ଗହୀର, ନାଏବ ସରପଞ୍ଚ ଦେବରାଜ ପଧାନ ସମେତ ସଂଘର ସମସ୍ତ ସଦସ୍ୟମାନେ ସହଯୋଗ କରିଥିବା ବେଳେ ଶେଷରେ ସଂଘର ଉପସଭାପତି ରବିଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.