ଦୁର୍ନୀତି ନିବାରଣ ପାଇଁ ସତର୍କତା ସଚେତନତା ସପ୍ତାହ ଅବସରରେ ଶପଥ ପାଠୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାରେ ଅକ୍ଟୋବର ୩୧ରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଦୁର୍ନୀତି ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠୋତ୍ସବ ଅନୁଷ୍ଠିତ ହୋଇଯାିଛି । ଭାରତକୁ ବିକାଶଶୀଳ ରାଷ୍ଟ୍ର ଭାବରେ ଗଠନ କରିବା ପାଇଁ କେମିତି ଦୁର୍ନୀତି ନିବାରଣ କରିବାର ଆବଶ୍ୟକତା ରହିଛି ସେ ସଂପର୍କରେ ଅଧ୍ୟକ୍ଷ ଏକ ବକ୍ତବ୍ୟ ରଖିଥିଲେ । ଶେଷରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ରହି ଦୁର୍ନୀତି ନିବାରଣ ପାଇଁ ଶପଥ ଗ୍ରହଣ କରିଥିଲେ । ପରିଶେଷରେ ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରଭାତ କୁମାର ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.