csstore

ବିଜେଡିର ଜନସମ୍ପର୍କ ପଦଯାତ୍ରା

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ଆଗଲପୁର ପଞ୍ଚାୟତ ଇଂସା ଓ ଉପରବାହାଲ ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଓ ବ୍ଲକ ବିଜେଡି ସଭାପତି ପଞ୍ଚୁ ପଧାନଙ୍କ ସଭାପତିତ୍ୱରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ଦାସ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ଯୁବ ବିଜେଡି ସଭାପତି ନରାୟଣ ସାହୁ, ଉପରବାହାଲ ସରପଞ୍ଚ ମାମୀ ସାହୁ, ବରିଷ୍ଠ ସଭ୍ୟ ରାମଚନ୍ଦ୍ର ମେହେର, ଜୟନ୍ତ ବେହେରା, ଗୋପାଳ ଭୋଇ, ହିମାଂଶୁ ବାଗ, ଦେବେନ୍ଦ୍ର ମେହେର, ଜେଠୁ ସାହୁ, ଗୋପାଳ ସାହୁ, କୈଳାଶ ବିଶ୍ୱାଲ, ନିତ୍ୟାନନ୍ଦ ସାହୁ, ସଂଯୋଗ ସାହୁ, ବୁଦ୍ଧଦେବ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ରାଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.