
ପାଟଣାଗଡ଼, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ଼ ଶାଖା ପକ୍ଷରୁ ପାଟଣାଗଡ଼ ବ୍ଲକ ମନାଇପାଦ ହାଇସ୍କୁଲ ଖେଳ ପଡ଼ିଆ ଠାରେ ମଣ୍ଡୋମହୁଲ ଓ ଘୁଚେପାଲି ଗ୍ରାମ ପଞ୍ଚାୟତର ମିଳିତ ସହଯୋଗରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗାଁରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଖୋଳ ତାଳ କୀର୍ତ୍ତନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଜନସାଧାରଣ । ପରେ ଘନ ଭୁଏଙ୍କ ସଭାପତିତ୍ୱରେ ମନବୋଧ ବରିହାଙ୍କ ମଞ୍ଚ ସଂଯୋଜନାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ସାଂସଦ ନିରଞ୍ଜନ ବିଶିଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଗଲା । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀ ବିଶି ଅଞ୍ଚଳର ସାମୁହିକ ବିକାଶ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସାଂସଦଙ୍କ ଦ୍ଵାରା ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବା ସହ ଅସୁବିଧା ସମୟରେ ନିଶ୍ଚିତ ଭାବରେ ଠିଆ ହେବି, ହୋଇଛି ଆଗକୁ ମଧ୍ୟ ଠିଆ ହେବି ବୋଲି ସାଂସଦ ତାଙ୍କ ବକ୍ତବ୍ୟ ମାଧ୍ୟମରେ କହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଆଲୋକପାତ କରିଥିଲେ ସାଂସଦ । ସଭାରେ ସନ୍ତୋଷିନୀ ବିଶି, ଧବଳେଶ୍ୱର ଭୋଇ, ମନୋଜ ଲୁହା, ଲଳିତ ମଳିକ, ଚୁଡାମଣି ଧରୁଆ, ହୃଷିକେଶ ଭୋଇ, ଲେକ୍ରୁ ଧରୁଆ, ନିତ୍ୟା ଶବର, ଜଳ ଧରୁଆ, ମଣ୍ଡୋମହୁଲ ସରପଞ୍ଚ ସୁଦର୍ଶନ ମହାନନ୍ଦ, ଘୁଚେପାଲି ସରପଞ୍ଚ ଶିଶୁଦେବ ପୁଟେଲ, ସନ୍ତୋଷ ପୁଟା ବକ୍ତବ୍ୟ ରଖିଥିଲେ ଅନ୍ୟମାନଙ୍କ ମଧ୍ୟରେ ପାଣ୍ଡବ ଭୋଇ, କିଶୋର ବରିହା, ଭକ୍ତ ଧରୁଆ, ଶ୍ୟାମ ମାଝୀ, ଶୁସାନ୍ତ ମିର୍ଧା, ରାହସ ଧରୁଆ, କୀର୍ତ୍ତନ ଧରୁଆ ଓ ଅଞ୍ଚଳର ବରଣ୍ୟ, ବିଶିଷ୍ଟ ଅତିଥି ସହିତ ଅଞ୍ଚଳର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦେଇ ସଭାକୁ ସଫଳ କରିଥିଲେ ।