ମାହେଶ୍ୱରୀର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

  • ଯୁବପିଢିଙ୍କୁ ନିଶାମୁକ୍ତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଷ୍ପତ୍ତି ନିଆଗଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାର୍ଡେନ ଇନ୍‌ ହୋଟେଲର ହଲ୍‌ରେ ମାହେଶ୍ୱରୀ ସଂଗଠନର ବିଭିନ୍ନ ଯୁବ ସଭାପତି ଏବଂ ସଂଯୋଜକର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସମାଜର ବିଭିନ୍ନ ସମସ୍ୟାକୁ ନେଇ ମତବ୍ୟକ୍ତ କରାଯାଇଥିଲା । ଆଗାମୀ ଦିନରେ ବଲାଙ୍ଗିରର ବିଭିନ୍ନ ବ୍ଲକରେ ଯୁବ ସମାଜକୁ ନିଶାରୁ ମୁକ୍ତ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ଓ ତା’ ସହିତ ମାହେଶ୍ୱରୀ ସଂଗଠନ ଦ୍ୱାରା ବିଭିନ୍ନ ସାମାଜିକ କାର୍ଯ୍ୟ ହାତକୁ ନିଆଯିବ ବୋଲି ନିଷ୍ପତ୍ତି ନିଆଗଲା । ବୈଠକରେ ଆଗଲପୁର ମାହେଶ୍ୱରୀର ସଂଯୋଜକ ସନ୍ୟାସୀ ମେହେର, ପ୍ରକାଶ ମେହେର, ତରଭା ମାହେଶ୍ୱରୀର ସଭାପତି ପ୍ରଦୀପ ମେହେର, ସୋମ ମିଶ୍ର, ପାଟଣାଗଡ ମାହେଶ୍ୱରୀର ସଭାପତି ନିରୋଜ ପଟେଲ, ଉତ୍ତମ ମହାନନ୍ଦ, କୁଡାସିଂହା ମାହେଶ୍ୱରୀର ସଭାପତି ଲୋକନାଥ ପଧାନ, ମନୋଜ ଝାଙ୍କର ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ । ବଲାଙ୍ଗିରର ସୌମ୍ୟ ରଂଜନ ପଣ୍ଡା, ସୌମ୍ୟ ବେହେରା ଉପସ୍ଥିତ ଥିଲେ । ମାହେଶ୍ୱରୀର ସଭାପତି ଶୋଭନ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

1 + 3 =

error: Content is protected !!