ପୋଖରୀରେ ବୁଡ଼ି ଯୁବକ ମୃତ

ପାପଡ଼ାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ଗ୍ରାମର ଝାରମୁଣ୍ଡାଠାରେ ବୁଡ଼ି ଜଣେ ଯୁବଙ୍କର ରବିବାର ମୃତ୍ୟୁ ଘଟିଛି । ତାଙ୍କ ନାମ ମିଳନ କୁଲଦୀପ(୧୮) ବୋଲି ଜଣାପଡିଛି । ସୂଚନା ଅନୁସାରେ ସେ ପୋଖରୀକୁ ଗାଧୋଇବା ପାଇଁ କିଛି ପିଲାଙ୍କ ସହ ଯାଇଥିଲେ । ଏହି ସମୟରେ ସେ ପହଁରା ଜାଣି ନ ଥିବାରୁ ଗଭୀର ପାଣିରେ ବୁଡ଼ି ଯାଇଥିଲେ । କୁନିକୁନି ପିଲାମାନେ ବହୁ ସମୟ ଧରି ଦେଖି ମିଳନଙ୍କୁ ଡାକ ପକାଇଥିଲେ । ପରେ ଗ୍ରାମବାସୀଙ୍କୁ ଆସି ଖବର ଦେବା ପରେ ଗ୍ରାମବାସୀ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଘର ଆଦିବାସୀଗୁଡ଼ାରେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.