jsm

ଭାରତ ରତ୍ନ ଏପିଜେ ଅବଦୁଲ କାଲାମଙ୍କ ଜନ୍ମଦିନ ପାଳିତ

csstore

କଣ୍ଟାମାଲ, (ମମତା ମହାକୁର) : ଭାରତ ରତ୍ନ ଏପିଜେ ଅବଦୁଲ କାଲାମଙ୍କ ଜନ୍ମଦିନ କଣ୍ଟାମାଲ ବ୍ଲକ ଖଟଖଟିଆ ଉ.ପ୍ରା ବିଦ୍ୟାଳୟରେ ଶିକ୍ଷକ ରଂଜୁ ଅମାତଙ୍କ ଆବାହକତ୍ୱରେ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ଶିକ୍ଷୟିତ୍ରୀ ସ୍ନେହାପ୍ରଭା ମହାପାତ୍ର ଅଧ୍ୟକ୍ଷତା କରି କାଲାମଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । କାଲାମ ଭାରତ ପାଇଁ କିପରି ଅମୂଲ୍ୟ ସମ୍ପଦ ଥିଲେ ଏବଂ ତାଙ୍କ ମୂଲ୍ୟବାନ ପୁସ୍ତକ wings of fire,vision 2020 ଯୁବପିଢି ପାଇଁ ଉପାଦେୟ ଥିଲା ତାହା ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ବର୍ଣ୍ଣନା କରିଥିଲେ । ଶିକ୍ଷକ ଶୈଳେନ୍ଦ୍ର ବସ୍ତିଆ, ଦୀପ୍ତିମୟୀ ବୈଠାରୁ, ବନିତା ମେହେର ଉପସ୍ଥିତ ଥିବାବେଳେ ରାଷ୍ଟ୍ରପତି ପରି ପଦବୀରେ ଥିଲେ ମଧ୍ୟ ସେ କିପରି ସାଧାରଣ ଜୀବନ ଯାପନ କରୁଥିଲେ ତାହା ଛାତ୍ରଛାତ୍ରୀମାନେ ତାଙ୍କ ଜୀବନୀ ପାଠକରି ନିଜ ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତି ନାଏକ, ଉପମୁଖ୍ୟମନ୍ତ୍ରୀ ଦିନେଶ ପ୍ରଧାନ, କ୍ରୀଡ଼ାମନ୍ତ୍ରୀ ଲିଲନ ବସ୍ତିଆ, ଶିକ୍ଷାମନ୍ତ୍ରୀ ସିଦ୍ଧାର୍ଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବାବେଳେ ଛାତ୍ରୀ ରେଶ୍ମା ପ୍ରଧାନ, ଲିପସା ନାଏକ, ଶିବନୀ ବାଘ, କାଜଲ କରିମ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଛାତ୍ର ଜିଷ୍ଣୁ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.