oom

ନିର୍ଭୀକ ଦାୟିତ୍ୱବୋଧ ସତ୍ୟ ଓ ତଥ୍ୟ ଭିତ୍ତିକ ଖବର ପ୍ରସାରଣର ମାଧ୍ୟମ ହେଉ ୱେବ ମିଡ଼ିଆ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ୍‌ ଠାରେ ପଶ୍ଚିମ ଓଡିଶା ୱେବ ମିଡ଼ିଆ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ସ୍ଵନକ୍ଷତ୍ର ଦିବସ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସାମ୍ପ୍ରତିକ ସମାଜରେ ୱେବ ମିଡ଼ିଆର ଭୂମିକା ଶୀର୍ଷକ ଆଲୋଚନାଚକ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସାମ୍ପ୍ରତିକ ସମାଜରେ ୱେବ ମିଡ଼ିଆ କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଆସୋସିଏସନର ସଭାପତି ଅସିତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଯୁବନେତା ନିପନ ଦାଶ୍, ସମାଜସେବୀ ଚନ୍ଦ୍ରଶେଖର ବାଗ, ବିନୀତ ଖଣ୍ଡେଲୱାଲ, ଉପସଭାପତି ଧୀରେନ ମହାନ୍ତି, କବି ନୀତିଶ ଆଚାର୍ଯ୍ୟ, କବି ଦେବେନ୍ଦ୍ର ସାହୁ ପ୍ରମୁଖ ଅତିଥିଗଣ ଉପସ୍ଥିତ ରହି ନିର୍ଭୀକ ଦାୟିତ୍ୱବୋଧ ସତ୍ୟ ଓ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ ୱେବ ମିଡ଼ିଆର ପରମ କର୍ତ୍ତବ୍ୟ ହେଉ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସେବା ପାଇଁ ଅନେକ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଗୁଡିକୁ ଆସୋସିଏସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସୋନପୁର, ବୌଦ୍ଧ, ବଲାଙ୍ଗିର, ଝାରସୁଗୁଡା, କଳାହାଣ୍ଡି, ସମ୍ବଲପୁର ଜିଲ୍ଲାର ୱେବ ମିଡ଼ିଆ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ଲୀଳାମୟ ବେହେରା ବିବରଣୀ ପାଠ କରିଥିବା ବେଳେ ଆସୋସିଏସନର ସମ୍ପାଦକ ବଳରାମ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.