csstore

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ବୈଠକ

  • ଜାନୁଆରୀରେ ହେବ ଶତବାର୍ଷିକୀ ସମାରୋହ

ମ.ରାମପୁର, (ହେମନ୍ତ ସାହୁ) : ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦର ଏକ ବୈଠକ ଶ୍ରୀ ରାମ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମ.ରାମପୁର ଠାରେ କାମନା ଦଣ୍ଡକୁ ଚଳିତ ବର୍ଷ ଶହେ ବର୍ଷ ପୂର୍ତ୍ତି ହେଉଥିବା ବେଳେ ଏକ ଶତବାର୍ଷିକୀ ସମାରୋହ ପାଇଁ ଆଜିର ବୈଠକରେ ଆଲୋଚନା ହୋଇଥିଲା । ଉପଦେଷ୍ଟା ତଥା ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଏହି ସମାରୋହର ରୂପ ରେଖ ସମ୍ପର୍କରେ ସୂଚନା ଦେବାକୁ ଯାଇ, ଜାନୁଆରୀ ମାସରେ ଏହି ସମାରୋହ ତିନି ଦିନ ଧରି କରିବା ସହ ଏକ ସ୍ମରଣିକା ପ୍ରକାଶ କରିବା ବୋଲି ମତ ଦେଇଥିଲେ । ସ୍ମରଣିକା ଦାୟିତ୍ଵ ପଦ୍ମ ଲୋଚନ ମିଶ୍ର, ହେମନ୍ତ ସାହୁ ଓ ପରମା ନନ୍ଦ ବିଶିଙ୍କୁ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଲଳିତ କୁମାର ମହାଳିକ, ପୂର୍ଣ୍ଣ ଚନ୍ଦ୍ର ସାହୁ, ବିଜୟ କୁମାର ମହାଖୁଡ, ଦ୍ରୋଣାଚାର୍ଯ୍ୟ ମାଝୀ, ବନମାଳୀ ଦଣ୍ଡସେନା, ଉଦ୍ଧବ ପଣ୍ଡା, ବସନ୍ତ ମହାଖୁଡ, ଦିଲୀପ କୁମାର ମହାଖୁଡ଼, ବିଭୂତି ଭୂଷଣ ମହାଖୁଡ଼, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.