ସଡକ ଦୁର୍ଘଟଣା, ୫ ଗୁରୁତର

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆଠାରେ ସୋମବାର ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଜଳ ସମ୍ପଦ ବିଭାଗର ଏକ ସରକାରୀ ଗାଡ଼ି ବାଇକ୍‌ରେ ଯାଉଥିବା ଲୋକଙ୍କୁ ପଛକୁ ପଛ ଧକ୍କା ଦେଇଛି । ଫଳରେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଜୁନାଗଡ଼ ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ୫ ଜଣଙ୍କ ମଧ୍ୟରୁ ୪ଜଣଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଆଘାତ ଲାଗିଛି । ଏଥିରେ ଜଣେ ୭ ବର୍ଷର କୁନି ଝିଅ ମଧ୍ୟ ରହିଛନ୍ତି ।

Leave A Reply

Your email address will not be published.

error: Content is protected !!