oom

ଡେଲାଙ୍ଗରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଆଭା କାର୍ଯ୍ୟାଳୟ ସ୍ଥିତ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କର୍ମଶାଳାରେ ଆଭାର ସଭାପତି ସୁଧୀର ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ । ଆଲୋଚନା ଶୀର୍ଷକ ‘ସମସ୍ତଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ବୈଶ୍ଵିକ ପ୍ରାଥମିକତା ଦେବା’ ଏହି ମହାନ କାର୍ଯ୍ୟକ୍ରମରେ ଡେଲାଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଡକ୍ଟର ବିକାଶ ଦାଶ, ସମ୍ମାନିତ ଅତିଥି ରୂପେ ମନସ୍ତତ୍ଵବିତ ଡକ୍ଟର ନିବେଦିତା ମହାନ୍ତି, ଡାକ୍ତର ଇତିଶ୍ରୀ ଦାଶ, ସମାଜସେବୀ ତଥା ଡାକ୍ତର କ୍ଷେତ୍ରବାସୀ ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ମାନସିକ ରୋଗୀଙ୍କୁ ଘୃଣା ନକରି ସେମାନଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରିବା ସହ ଯତ୍ନ ନେବା ପାଇଁ ଆହ୍ୱାନ ଦେଇଥିଲେ । ଏହି କର୍ମଶାଳାରେ ବହୁ ସଂଖ୍ୟାରେ ମାନସିକ ଅସୁସ୍ଥ ଓ ଅନଗ୍ରସର ରୋଗୀ, ଆଶା ଓ ଅଙ୍ଗନୱାଡି କର୍ମୀ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଭା ସମ୍ପାଦକ ଦୁର୍ଯ୍ୟୋଧନ ପରିଡା, ସହସମ୍ପାଦକ ବାଲୁଙ୍କେଶ୍ଵର ପରିଡା, ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦିଲ୍ଲୀପ କୁମାର ପରିଡା, ଜନ ସ୍ୱାସ୍ଥ୍ୟ ଅଧିକାରୀ ବଳରାମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆଭାର ସଭାପତି ଶ୍ରୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.