ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସସ୍ମିତା ମେହେରଙ୍କୁ ଉଲବା ଗ୍ରାମରେ କୁଲି ମେହେର ସମାଜ ପକ୍ଷରୁ ସମ୍ବର୍ଦ୍ଧିତ

ପାଟଣାଗଡ, (କେପିଏନ୍‌ଏସ୍‌) : ଚଳିତବର୍ଷ ସିଭିଲ ସର୍ଭିସ ପରୀକ୍ଷାରେ ୩୩୧ ର‍୍ୟାଙ୍କ ହାସଲ କରିଥିବା ଉଲବା ଗ୍ରାମର ସସ୍ମିତା ମେହେରଙ୍କୁ ଉଲବା ଠାରେ କୁଲି ମେହେର ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ କୁଲି ମେହେର ସମାଜର ସଭାପତି ଧନସିଂହ ମେହେର, ମହେନ୍ଦ୍ର ମେହେର, ପ୍ରେମାନନ୍ଦ ମେହେର, ସଞ୍ଜୟ ମେହେର ସମେତ ପଡା ଏବଂ ଗ୍ରାମବାସୀ ସମସ୍ତେ ଉପସ୍ଥିତ ରହି ସସ୍ମିତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସୂଚନା ଥାଉକି, ଉଲବାର ନୀଲମଣି ଏବଂ ବୃନ୍ଦାବତୀ ମେହେରଙ୍କ ଝିଅ ସସ୍ମିତା ମେହେର ଚଳିତ ବର୍ଷ ସିଭିଲ ସର୍ଭିସ ପରୀକ୍ଷାରେ ୩୩୧ ର‍୍ୟାଙ୍କ ହାସଲ କରି ବଲାଙ୍ଗିର ଜିଲ୍ଲା ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି ।

Leave A Reply

Your email address will not be published.