ଭୁବନେଶ୍ୱର : ଓଡ଼ିଶା ସିଭିଲ ସର୍ଭିସ-୨୦୨୦ (ଓଏଏସ୍) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ ମୋଟ ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୪୮ ଜଣ ଓଡ଼ିଆ ଅଛନ୍ତି । ତେଜସ୍ୱିନୀ ବେହେରା ଓଏଏସ୍ ଟପ୍ପର ହୋଇଥିବା ବେଳେ ଶୁଭଙ୍କରୀ ସୁଦେଷ୍ଣା ଦାଶ ଦ୍ୱିତୀୟ ଓ ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏଥିରେ ପ୍ରଥମ ୩ଟି ସ୍ଥାନ ଅଧିକାର କରିଛନ୍ତି ଛାତ୍ରୀ । ସେହିପରି ଚତୁର୍ଥରେ ଦେବବ୍ରତ କର, ପଞ୍ଚମରେ ଦେବବ୍ରତ ମହାରଣା, ଷଷ୍ଠରେ ଅଭିସ୍ମିତା ତିୱାରୀ, ସପ୍ତମରେ ଶୁଭଶ୍ରୀ ରଥ, ଅଷ୍ଟମରେ ଶ୍ରୀତପା ମିଶ୍ର, ନବମରେ ବିବେକାନନ୍ଦ ଷଡ଼ଙ୍ଗୀ, ଦଶମରେ ତପତି ରାଜ, ଏକାଦଶରେ ପଙ୍କଜ କୁମାର ମହାନ୍ତ, ଦ୍ୱାଦଶରେ ତନ୍ମିତା କର ଓ ୧୩ ନମ୍ବରରେ ଅଭିଜିତ ଷଡ଼ଙ୍ଗୀ ରହିଛନ୍ତି । ଅନ୍ୟପକ୍ଷେ ୧୪ ନମ୍ବରରେ କସ୍ତୁରୀ ପଣ୍ଡା, ୧୫ରେ ବିଭୂପ୍ରସାଦ ସିଂହ, ୧୬ରେ ବିଶ୍ୱଜିତ ପଣ୍ଡା, ୧୭ରେ ହରପ୍ରିୟା ପୃଷ୍ଟି, ୧୮ରେ ରାମକୃଷ୍ଣ ସତ୍ୟରାଜ ଗୁରୁ, ୧୯ରେ ଅଣାକାର ନାୟକ, ୨୦ ନମ୍ବରରେ ଲିତୁସ୍ମିତା ମିଶ୍ର ଅଛନ୍ତି ।