csstore

ବରିଷ୍ଠ ନାଗରିକ ଦିବସରେ ପୂର୍ବତନ ସୈନିକ ସଂଘ ପକ୍ଷରୁ ପଦ୍ମଶ୍ରୀ ନରସିଂ ପ୍ରସାଦ ଗୁରୁ, ଶିକ୍ଷାବିଦ୍‌ ଗୋପବନ୍ଧୁ ରଥ ଓ ସେବିକା ରତ୍ନମାଳା ବହିଦାରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପରିସରରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ମୁଖ୍ୟବକ୍ତା ଭାବରେ ପଶ୍ଚିମ ଓଡିଶା ଓଟିଭି ବ୍ୟୁରୋ ଚିପ୍‌ ମନୋରଞ୍ଜନ ଯୋଶୀ, ନାଗରିକ ମଞ୍ଚର ସଭାପତି ପ୍ରଭାକର ମିଶ୍ର, ସମ୍ପାଦକ ମନୋରଞ୍ଜନ ମିଶ୍ର ମଞ୍ଚାସୀନ ଥିବା ବେଳେ ପୂର୍ବତନ ସୈନିକ ସଂଘର ଅନୁରୋଧ କ୍ରମେ ସଂଘର ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀ, ଉପସଭାପତି ସର୍ବେରାମ ପଟେଲ, ସଂପାଦକ ପ୍ରତାପ ଚନ୍ଦ୍ର ରଥ ପଦ୍ମଶ୍ରୀ ନରସିଂ ପ୍ରସାଦ ଗୁରୁ, ଶିକ୍ଷାବିଦ୍‌ ଗୋପବନ୍ଧୁ ରଥ ଓ ସେବିକା ରତ୍ନମାଳା ବହିଦାରଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭା ଗୃହ ଭାରତ ମାତା କି ଜୟ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା । ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ପ୍ରତିଭାମାନଙ୍କୁ ସମ୍ମାନିତ କରି ଆମ ସଂଘ ଗର୍ବିତ ବୋଲି ମତ ପ୍ରକାଶ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ସଂଘର ରାଜେନ୍ଦ୍ର ସବର, ପ୍ରମୋଦ ବାବୁ, ଘାଷିରାମ ବେହେରା, କୃଷ୍ଣଚନ୍ଦ୍ର ପରମଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.