ଜଳପାଙ୍କେଲ ଗ୍ରାମରେ ଭାଲୁ ଆତଙ୍କ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଳପାଙ୍କେଲ ଗ୍ରାମରେ ଗତ ରାତିରେ ଭାଲୁ ଆତଙ୍କ ଦେଖାଦେଇଛି । ଭାଲୁଟି ନିକଟସ୍ଥ ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ଭାଲୁଟି ମହୁ ଫେଣା ଖାଇବା ଆଶାରେ ନିକଟସ୍ଥ ଜଙ୍ଗଲରୁ ଚାଲିଆସି ଜଳପାଙ୍କେଲ ଗ୍ରାମର ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ନିମ୍ବ ଗଛରେ ଚଢି ମହୁ ଖାଇବା ଆରମ୍ଭ କରିଥିଲା ଏହି ସମୟରେ ଗ୍ରାମର କିଛି ଲୋକ ଭାଲୁକୁ ଦେଖି ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀ ହୋ ହାଲ୍ଲା କରି ଭାଲୁକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ । ଲୋକଙ୍କ ଭିଡ଼ ଦେଖି ଓ ପାଟିତୁଣ୍ଡ ଶୁଣି ଭାଲୁଟି ତଳକୁ ଓହ୍ଲାଇ ନଥିଲା । ପରେ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ସେଠାରେ ପହଞ୍ଚି ଲୋକଙ୍କୁ ସେ ଜାଗାରୁ ଘୋଉଡାଇଥିଲେ । ଲୋକଙ୍କ ଗହଳି କମିବା ପରେ ପରଦିନ ସକାଳ ଭୋର ୪ଟା ବେଳକୁ ଭାଲୁଟି ଗଛରୁ ଓହ୍ଲାଇ ନିକଟସ୍ଥ ଚାଷ ଜମି ଦେଇ ଜଙ୍ଗଲକୁ ଚାଲି ଯାଇଥିଲା । ଭାଲୁ ଭୟରେ ଗ୍ରାମବାସୀ ରାତି ଉଜାଗର ରହି ଭାଲୁକୁ ଜଗି ରହିଥିଲେ ।

Leave A Reply

Your email address will not be published.

error: Content is protected !!