csstore

ବରିଷ୍ଠ ନାଗରିକ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ମାସିକ ବୈଠକ ଗତ ୫ ତାରିଖ ଦିନ ଗ୍ରାମ କୋଠ ଘରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ନରହରି ପ୍ରଧାନ ଏହି ବୈଠକରେ ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ପୁରସ୍କାରପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ସଭା ସଂଯୋଜନା କରିଥିଲେ । ସଂପାଦକ ବାଉରୀ ବନ୍ଧୁ ସାହୁ ଗତ ବୈଠକର ବିବରଣୀ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମଞ୍ଚର ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ । ଆଗାମୀ କାର୍ତ୍ତିକ ମାସ ପ୍ରତି ସଂଧ୍ୟାରେ ଭାଗବତ ପୁରାଣ ପଠନ, ଗ୍ରାମରେ ନାମ ସଂକିର୍ତନରେ ନଗର ଭ୍ରମଣ, କାର୍ତ୍ତିକ ମାସର ଶେଷ ଦିନ ଅଷ୍ଟ ପ୍ରହରି ନାମ ସଂକିର୍ତନ ଏବଂ ଜନ୍ତାଳ ପଂକ୍ତି ଭୋଜନ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ବରିଷ୍ଠ ବ୍ୟକ୍ତିଙ୍କୁ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ପ୍ରତି ମାସରେ ଗ୍ରାମରେ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର ପରିଚାଳନା କରି ଔଷଧ ବିତରଣ କରିବା ପାଇଁ ପ୍ରସ୍ତାବ ଗୃହିତ କରାଯାଇ ସଂପୃକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଅନୁରୋଧ କରାଗଲା । ଏହି ବୈଠକରେ ଉପସଭାପତି ଲକ୍ଷ୍ମଣ ପାଣିଗ୍ରାହୀ, ସହସଂପାଦକ ସନ୍ତୋଷ କୁମାର ମହାରଣା, ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦର ବେହେରା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅକ୍ଟୋବର ମାସରେ ଜନ୍ମ ଗ୍ରହଣ କରିଥିବା ସଭ୍ୟମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ଵନାଥ ପ୍ରଧାନଙ୍କୁ ନୂତନ ସଭ୍ୟ ରୂପେ ଗ୍ରହଣ କରାଯାଇଥିଲା ।

jayashree
Leave A Reply

Your email address will not be published.