କଛାରପାଲି ରାମଲୀଳାର ବରିଷ୍ଠ କଳାକାର କୃଷ୍ଣ ଗୋପାଳଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ପ୍ରଗତୀ ଯୁବକ ସଂଘ ସାହୁପଡ଼ା ଅନୁକୂଲ୍ୟରେ ଅଭିନୀତ ହେଉଥିବା ଶ୍ରୀ ରାମଲୀଳାର ବରି‌ଷ୍ଠ କଳାକାର କୃଷ୍ଣ ଗୋପାଳ ସାହୁ (୫୨)ଙ୍କ ଶନିବାର ରାତିରେ ବଲାଙ୍ଗିର ସରକାରୀ ଭୀମଭୋଇ କଳେଜ ହସପିଟାଲରେ ଦେହାନ୍ତ ହୋଇଯାଇଛି । ଶନିବାର ସନ୍ଧ୍ୟାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ବଲାଙ୍ଗିର ଡାକ୍ତରଖାନାକୁ ନିଆଯାଇଥିଲା । ତାଙ୍କ ପତ୍ନୀ ସହ ଦୁଇ ଝିଅ ସୁମୀତା ଓ ସୁଜାତା ବେସାହାରା ହୋଇପଡ଼ିଛନ୍ତି । ସେ କଛାରପାଲି ଶ୍ରୀ ରାମଲୀଳା‌ର ବହୁମୁଖୀ କଳାକାର ଭାବେ ବେଶ ଜଣାଶୁଣା ଥିଲେ । ତାଙ୍କ ଅଚାନକ ମୃତ୍ୟୁରେ କଛାରପାଲି ପ୍ରଗତୀ ଯୁବ ସଂଘର କର୍ମକର୍ତ୍ତା, କଛାରପାଲି ଗ୍ରାମବାସୀ ସମେତ ତଥା ଦେଓଗାଁ ବ୍ଲକରେ ଶୋକର ଛାୟା ଖେଳିଯାଇଛି । ରବିବାର ସକାଳେ ବନ୍ଧୁ ବାନ୍ଧବ ଜନ ଶେଷ ଦର୍ଶନ କରିଥିବା ଶହ ଶବାଧରରେ ଭାଗ ନେଇଥିଲେ । ରବିବାର ୧୨ଟା ସମୟରେ ସୋନଗଡ଼ ନଦୀରେ ଶେଷକୃତ୍ୟ କରାଯାଇଥିଲା । ଭାଇ ଅଶୋକ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.