jsm

ଡେଲାଙ୍ଗରେ ଗାନ୍ଧୀ ଜୟନ୍ତୀ ପାଳିତ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ଗାନ୍ଧୀ ସ୍ମୃତି ପୀଠରେ ଆଜି ଗାନ୍ଧିଜୀଙ୍କ ଜନ୍ମ ଜୟନ୍ତୀ ଅତ୍ୟନ୍ତ ଉଲ୍ଲାସର ସହ ପାଳିତ ହୋଇଛି । ସର୍ବପ୍ରଥମେ ପ୍ରାତଃ ସମୟରେ ବେରବୋଇ ଗାନ୍ଧୀ ସ୍ମାରକୀ ସମିତିର ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ପୌରହିତ୍ୟରେ ସ୍ମାରକୀ ସମିତିର ସଭ୍ୟସଭ୍ୟାମାନେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ସୂତ୍ରାର୍ପଣ, ପୁଷ୍ପାଞ୍ଜଳି ପ୍ରଦାନ ସହିତ କସ୍ତୁରବା ଟ୍ରଷ୍ଟର ମିଳିତ ସହଯୋଗରେ ସର୍ବଧର୍ମ ପ୍ରାଥନା ଓ ରାମଧୁନ ଆବୃତ୍ତିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ସମାରୋହରେ ସଂପାଦକ ଚନ୍ଦ୍ରଶେଖର ବିଶ୍ଵାଳ, ଭାଗିରଥୀ ପରିଡା, ସର୍ବେଶ୍ୱର ବରେଇ, ଅମରେନ୍ଦ୍ର ବାରିକ, କୁନ୍ତଳା ବିଶ୍ୱାଳ, ବଲ୍ଲଭ ବିଶ୍ୱାଳ, ଅଭୟ ଚରଣ ସାହୁ, କ୍ଷେତ୍ରବାସୀ ଆଳୁକ, ଦ୍ୱିତୀକୃଷ୍ଣ ରାଉତ, ଗାନ୍ଧୀବାଦୀ ପ୍ରଚାରକ ଅନାମ ମଲ୍ଲିକ, ସନ୍ତୋଷ ବିଶ୍ଵାଳ, ଅର୍ଣ୍ଣପୁର୍ଣ୍ଣା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଡେଲାଙ୍ଗ-ପିପିଲି କଂଗ୍ରେସ ତରଫରୁ ବିଧାୟକ ପାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ବ୍ଲକ ସଭାପତି ରବି ଦାଶ, ନିର୍ମଳ କୁମାର ପରିଡା, ଗୁଣନିଧୀ ପ୍ରଧାନ, ବିପିନ ବଳବନ୍ତରାୟ ସମେତ କଂଗ୍ରେସ କର୍ମୀମାନେ ଏହି ପବିତ୍ର ମାଟି ବେରବୋଇଠାରେ ବାପୁଙ୍କ ପ୍ରତିମୂର୍ତ୍ତିରେ ପୁସ୍ପମାଲ୍ୟ ଅର୍ପଣ କରି ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସଂକଳ୍ପ ନେଇଥିଲେ ।

yuvodaya
Leave A Reply

Your email address will not be published.