ଜିଲ୍ଲାସ୍ତରୀୟ ସାଂସ୍କୃତିକ ଉତ୍ସବ ଆୟୋଜିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଗତକାଲି (ଯୁବ ଉତ୍ସବ) ଜିଲ୍ଲା ସ୍ତରୀୟ ସାଂସ୍କୃତିକ ଉତ୍ସବ ନେହେରୁ ଯୁବ କେନ୍ଦ୍ର, ବରଗଡ଼ ପକ୍ଷରୁ ଆୟୋଜିତ ହୋଇଯାିଛି । କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଡଃ ସୁଜିତ୍ କୁମାର ପୃଷେଠ, ଜୟ ପ୍ରକାଶ ଶତପଥୀ, ଅଧ୍ୟାପକ ମୋହନ ସାହୁ, ସୁରେଶ୍ଵର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାକୁ ତ୍ରିଲୋଚନ ଶତପଥୀ ଓ ସଂଯୋଜକ ସୁମିତ ଟଣ୍ଡନ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!