jsm

ୟୁନିୟନ ବ୍ୟାଙ୍କ ପକ୍ଷରୁ ଶୀତବସ୍ତ୍ର ପ୍ରଦାନ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୟୁନିୟନ ବ୍ୟାଙ୍କ, ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ଵର ସହାୟତାରେ ଡେଲାଙ୍ଗର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଆଭା”ର ଅନ୍ତେବାସୀମାନଙ୍କୁ ମାଗଣାରେ ୩ ଶହ ଶୀତବସ୍ତ୍ର (କମ୍ବଳ) ବଣ୍ଟନ କରାଯାଇଛି । ଗତକାଲି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ୟୁନିୟନ ବ୍ୟାଙ୍କ ପକ୍ଷରୁ ଆଭା ଦ୍ଵାରା ପରିଚାଳିତ ବରିଷ୍ଠ ନାଗରିକ ଆବାସ, ନୀଳାଦ୍ରି ନିଳୟ ସୁଧାର ଗୃହ, କୁଷ୍ଠ ରୋଗୀ ଆବାସ ଏବଂ ହାପଓ ହୋମର ଅନ୍ତେବାସୀମାନଙ୍କୁ ୩ଶହ ଶୀତବସ୍ତ୍ର (କମ୍ବଳ) ବଣ୍ଟନ କରାଯାଇଥିଲା । ଏହି ମହାନ କାର୍ଯ୍ୟକ୍ରମରେ ୟୁନିୟନ ବ୍ୟାଙ୍କର ଡିଜିଏମ୍‌ ଶୁଭମ ସେନଗୁପ୍ତା, ଏଜିଏମ୍‌ ଅଶୋକ କୁମାର ମିଶ୍ର, ମୁଖ୍ୟ ପରିଚାଳକ ପ୍ରଶାନ୍ତ କୁମାର ନାୟକ, ହରେକୃଷ୍ଣ ପାଣି, ଶାଖା ପରିଚାଳକ ମନୋଜ କୁମାର ପାତ୍ର, ୟୁନିୟନ ବ୍ୟାଙ୍କ ଡେଲାଙ୍ଗ ଶାଖାର ମ୍ୟାନେଜର ନିରଞ୍ଜନ ପଣ୍ଡିତ ଉପସ୍ଥିତ ଥିଲେ ଏବଂ ଆଭା ଦ୍ଵାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏଥିସହିତ ଆଭାର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.