jsm

ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ : ଶତାୟୁ ଭୋଟରଙ୍କୁ ସମ୍ବର୍ଦ୍ଧନା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଶତାୟୁ ଭୋଟରମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କ୍ରମରେ ଆଜି ଇଆରଓ ତଥା ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜବୋଡାସମ୍ବର ବ୍ଲକର ମୁରାହାପାଲି ବୁଥ୍‌ ନଂ ୧୯୦ର ଶତାୟୁ ଭୋଟର କାଳିଆ ସାହୁ, ଦହିତା ବୁଥ୍‌ ନଂ ୨୬୯ର ଶତାୟୁ ଭୋଟର ନିଦ୍ରା ନେଗୀ, ପାଇକମାଲ ବ୍ଲକ ଅନ୍ତର୍ଗତ ଧୁମାଭଟା ବୁଥ୍‌ ନଂ ୧୬୧ର ଶତାୟୁ ଭୋଟର ସଗୁନ ଡୁଙ୍ଗୁରୀ ଓ ଖଣ୍ତିସିବାଞ୍ଜି ବୁଥ୍‌ ନଂ ୧୭୫ର ଶତାୟୁ ଭୋଟର ଇନ୍ଦୁ ପୁରୋହିତଙ୍କୁ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ପତ୍ର ସହିତ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସେମାନଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି କ୍ରମରେ ସହକାରୀ ଜିଲ୍ଲାପାଳ ସୁଶ୍ରୀ ଦୀପ୍ତିମୟୀ ଭୁଏଙ୍କ ସମେତ ସଂପୃକ୍ତ ବୁଥ୍‌ର ବିଏଲଓ ସୁପରଭାଇଜର, ଅଙ୍ଗନୱାଡି କର୍ମୀ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.