ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ନେହେରୁ ଯୁବକେନ୍ଦ୍ର ସଂଗଠନ ବରଗଡ଼ ତରଫରୁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡାଠାରେ ସ୍ୱଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରାଯାଇଛି । ସୂଚନାଯୋଗ୍ୟ ଯେ, ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଗତ ନେହେରୁ ଯୁବକେନ୍ଦ୍ର ସଂଗଠନ ତରଫରୁ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକରେ ପାଳନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଅକ୍ଟୋବର ମାସ ସାରା ବିଭିନ୍ନ ଗ୍ରାମ ଏବଂ ସହର ଗୁଡିକରେ ଏହି କାର୍ଯ୍ୟକ୍ରମ କରାଯିବାର ସୂଚନା ରହିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗାଇସିଲେଟ ବିଡ଼ିଓ ମନୋଜ କୁମାର ଦେବତା ସବୁଜ ପତାକା ଦେଖାଇ ସ୍ୱଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସରୋଜ ଶ୍ରୀଭୂଷଣ ସାହୁ, ଉମାକାନ୍ତ ପ୍ରଧାନ ଏବଂ ଗୋବର୍ଦ୍ଧନ ଗଡତିୟା ରହିଥିଲେ । ବୁରୋମୂଣ୍ଡା ଗ୍ରାମର ଏମ୍‌ବିକେ ସ୍ନେହଲତା ଗଡତିୟା, ବୁରୋମୁଣ୍ଡାର ୭୦ରୁ ଅଧିକ ଏସ୍ଏଚ୍‌ଜି ମହିଳା ୧୦ରୁ ଅଧିକ ବୟସ୍କ ବ୍ୟକ୍ତି ଉପସ୍ଥିତ ରହିଥିଲେ । ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ ଡିଲେଶ୍ୱର ନାୟକ, ପିତାମ୍ବର ସାହୁ ଏବଂ ରତିକାନ୍ତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

8 − 4 =