ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ଜରାସିଂହା, (କେପିଏନ୍‌ଏସ୍‌) : ପୂର୍ବତନ ସାଂସନ ଏବଂ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପଟ୍ଟନାୟକଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରିଥିଲେ । ପ୍ରକାଶ ଥାଉକି ଶ୍ରୀମତୀ ପଟ୍ଟନାୟକ ୧୯୯୧-୧୯୯୨ ଶିକ୍ଷା ବର୍ଷରେ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଉକ୍ତ ସଭାରେ ଅଧ୍ୟକ୍ଷ ବସନ୍ତ କୁମାର ମନହିରାଙ୍କ ସମେତ ପ୍ରାଧ୍ୟାପକ ବିମଳ କିଶୋର ସାହୁ, ଧୋବାଇ ଚରଣ ପଟେଲ, ରଞ୍ଜନ କୁମାର ପାଣିଗ୍ରାହୀ, ଦୁର୍ବାଦଳ ଘିବେଲା, ପ୍ରଶାନ୍ତ କୁମାର ଥନାପତି, ବାଳଶଙ୍କର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.