ଇନ୍ଦ୍ରମଣି ସାହୁ ଜୟନ୍ତୀ ପାଳନ ଓ କୋଶଲି ରାମାୟଣ ଦ୍ୱିତୀୟ ଖଣ୍ଡ ଉନ୍ମୋଚନ

ପାଟଣାଗଡ, (କେପିଏନ୍‌ଏସ୍‌) : କୋଶଲି ବାଲ୍ମୀକି ଭାବେ ପରିଚିତ କବି, ସ୍ୱାଧୀନତା ସଂଗ୍ରାମୀ ତଥା ରାଜନେତା ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ କୋଶଲି ସଂସ୍କୃତି ଦିନ ଭାବେ ପାଳନ କରାଯାଇଛି । କୋଶଲି ଡେରା ତରଫରୁ ବନକା ବିଅର ଠାରେ ଏକ ସାହିତ୍ୟ ସଭାରେ କବିଙ୍କର ଜନ୍ମଦିନ ଉତ୍ସବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । କୋଶଲି ଡେରାର ସଭାପତି ଭକ୍ତବନ୍ଧୁ ବିଶ୍ୱାଲ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଟଙ୍କଧର ଗଡତ୍ୟା, ମୁଖ୍ୟ ବକ୍ତା ଡିଙ୍ଗର କୁମ୍ଭାର, ସମ୍ମାନିତ ଅତିଥି ନକୁଳ ସାହୁ ତଥା ଅନ୍ୟାନ୍ୟ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ । ଦୋଳଗତବିନ୍ଦ ବିଶିଙ୍କ ସଂପାଦନାରେ ପ୍ରକାଶିତ କବିଙ୍କ ‘କୋଶଲି ରାମାୟଣ’ର ଦ୍ୱିତୀୟ ଖଣ୍ଡ ଏ ଅବସରରେ ଉନ୍ମୋଚିତ ହୋଇଥିଲା । କବିଙ୍କ ଦ୍ୱାରା ଲିଖିତ ଅପ୍ରକାଶିତ ରାମାୟଣର ଅନ୍ୟ ଖଣ୍ଡ ଗୁଡିକ ମଧ୍ୟ ଅତି ଶୀଘ୍ର ପ୍ରକାଶିତ ହେବ ବୋଲି ସାହିତ୍ୟ ପ୍ରେମୀମାନେ ସୂଚନା ଦେଇଥିଲେ । ପ୍ରତିଦିନ ରାମାୟଣର ଗୋଟିଏ ଅଧ୍ୟାୟକୁ ଗାଁ ଗାଁରେ ଗାଇଲେ ଆମ ଭାଷା ସାହିତ୍ୟର ପ୍ରଚାର ହେବା ସହ ଇନ୍ଦ୍ରମଣିଙ୍କ ଜୟନ୍ତୀ ସଫଳ ହେବ ବୋଲି ସଂପାଦକ ଲାଲଚନ ବଗର୍ତ୍ତୀ କହିଥିଲେ । ପ୍ରହଲ୍ଲାଦ ସାହୁ, ରବିଚନ୍ଦ୍ର ସାହୁ, ସନ୍ତୋଷ କୁମାର ଦାଶ କବିତା ପାଠ କରିଥିଲେ । ରୋଶନ ସାହୋ, ପ୍ରଫୁଲ୍ଲ ସାହୁ ତଥା ଗ୍ରାମବାସୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କୋଶଲି ରାମାୟଣ ସଂପର୍କରେ କ୍ଷୀରୋଦ୍ର କୁମାର ସାହୁ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!