ପୂର୍ବତନ ନାଏବ ସରପଞ୍ଚଙ୍କ ଧର୍ମପତ୍ନୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୂର୍ବତନ ନାଏବ ସରପଞ୍ଚ ବିଭୀଷଣ ଦିୱାନଙ୍କ ଧର୍ମପତ୍ନୀ ସୁମତି ଦିୱାନଙ୍କ ପରଲୋକ ହୋଇ ଯାଇଛି । ତାଙ୍କର ମୁତ୍ୟୁ ବେଳକୁ ୬୦ ବର୍ଷ ବୟସ ହୋଇଥିଲା । ସେ ତାଙ୍କର ଦୁଇ ପୁଅ ସୁବ୍ରତ ଦିୱାନ, ସୁଶାନ୍ତ ଦିୱାନ ଓ ଦୁଇ ଝିଅ, ନାତି ନାତୁଣୀ, ପରିବାର ଲୋକଙ୍କୁ ଛାଡି ଚାଲି ଯାଇଛନ୍ତି । ସେ ଜଣେ ସମାଜସେବୀ ତଥା ଧର୍ମ ପରାୟଣା ମହିଳା ଭାବରେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କର ପରଲୋକ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଲି ଯାଇଛି । ଏହି ଶବ ସତ୍କାର ଯାତ୍ରାରେ ପୁରେନା ସର୍କଲ ଗୋଡଁ ସମାଜ ସଭାପତି ଶୁକଦେବ ଧରୁଆ, ଉପ ସଭାପତି ଦୁର୍ଯ୍ୟୋଧନ ପୁଟା, ରୁକ୍ମଣ ଧରୁଆ, ବିଶ୍ଵନାଥ ବାଗ, ଗଣେଶ ପ୍ରଧାନ, ବିଭୁତି ପଟ୍ଟନାୟକ, ବିଜେ ସିଂ ଭୋଇ, ପ୍ରଦୀପ ପଟ୍ଟନାୟକ, ତ୍ରିଲୋଚନ ହେର୍ଣ୍ଣା, ହରିବୋଲ ବାଗ, ଗୌରେସନ ଦାଉଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.