jsm

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ

csstore

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରିବେ । ସେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଜାପାନ ଅଭିମୁଖେ ଯାଉଛନ୍ତି ।

ପ୍ରଧାନମନ୍ତ୍ରୀ ଏକାଧିକ ଟୁଇଟ୍‌ କରି କହିଛନ୍ତି ଯେ;
‘‘ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ, ମୋର ପ୍ରିୟ ବନ୍ଧୁ ଏବଂ ଭାରତ-ଜାପାନ ବନ୍ଧୁତାର ଜଣେ ମହାନାୟକଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ମୁଁ ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରୁଛି ।’’

‘‘ସବୁ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଶିଦା ଏବଂ ଶ୍ରୀମତୀ ଆବେଙ୍କୁ ମୁଁ ମୋର ହାର୍ଦ୍ଦିକ ସମବେଦନା ବ୍ୟକ୍ତ କରିବି । ଆବେ ସାନଙ୍କ ପରିକଳ୍ପନା ଅନୁରୂପ ଭାରତ-ଜାପାନ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଆମେ ପ୍ରୟାସ ଜାରି ରଖିବୁ ।

yuvodaya
Leave A Reply

Your email address will not be published.