pr

ରାଜ୍ୟସ୍ତରୀୟ ପେଞ୍ଚାକ ସିଲାଟ ସେମିନାର ଉଦଘାଟିତ

dr. purohit

ନବରଙ୍ଗପୁର : ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ସେମିନାର ସ୍ଥାନୀୟ ଗାନ୍ଧିନଗର ସ୍ଥିତ ବୈଭବ କଲ୍ୟାଣ ମଣ୍ଡପ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକଙ୍କୁ କ୍ରୀଡ଼ା ସହ ଜଡିତ ରହିବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ପୌରାଧ୍ୟକ୍ଷ କୁନୁ ନାୟକ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ପାଇଁ କ୍ରୀଡା ଆବଶ୍ୟକ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ପେଞ୍ଚାକ କ୍ରୀଡ଼ାକୁ ପୋଲିସ କ୍ରୀଡ଼ାରେ ସାମିଲ କରିବା ନେଇ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ଏହି କ୍ରୀଡ଼ାକୁ ନିଜ ପୁଲିସ ଦଳରେ ସାମିଲ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲା ଆଇନଜୀବୀ ସଂଘର ସମ୍ପାଦକ ରାମ ପ୍ରାସାଦ ପାତ୍ର, ଅନ୍ତର୍ଜାତୀୟ ରେଫେରି ପ୍ରେମସିଂ ଥାପା ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମକୁ ସଙ୍ଘର ଉପଦେଷ୍ଟା ଜଗନ୍ନାଥ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସଙ୍ଘର ସଭାପତି ଦୀପକ ସାହୁ, କୋଷାଧ୍ୟକ୍ଷ ତ୍ରିପତି ବେହେରା ଏବଂ ଲିଙ୍ଗରାଜ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ରାଜ୍ୟର କୋଡ଼ିଏ ଟି ଜିଲ୍ଲାରୁ ସମସ୍ତ ସଙ୍ଘର ସମ୍ପାଦକ, କୋଚ, ରେଫେରି ଏବଂ କ୍ରୀଡ଼ା ବିଚାରକ ଯୋଗ ଦେଇଛନ୍ତି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସେମିନାରରେ ଆନ୍ତର୍ଜାତିକ ରେଫେରି ଓ କୋଚ ପ୍ରେମସିଂ ଥାପା ଏବଂ ହରିଷ ବେହେରା ପେଞ୍ଚାକ ସିଲାଟ କ୍ରୀଡ଼ାର ନୂତନ ଭାବେ ପରିବର୍ତ୍ତନ କରାଯାଇଥିବା ବିଭିନ୍ନ ନିୟମ ଏବଂ ବୈଷୟିକ ଜ୍ଞାନ କୌଶଳ ପ୍ରଶିକ୍ଷଣ ଦେବେ ।

nrusinghnath
Leave A Reply

Your email address will not be published.