pr

ଜଙ୍ଗଲ ଭିତରେ ଚାଲାଣ ପାଇଁ ପ୍ରସ୍ତୁତି ବେଳେ ୧୨୭ କିଲୋ ଗଞ୍ଜେଇ ଜବତ

dr. purohit

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଶୁକ୍ରବାର ଏକ ଘଂଚ ଜଙ୍ଗଲ ଭିତରେ ଚଢ଼ାଉ କରି ୧୨୭ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ତେବେ ପୋଲିସକୁ ଦେଖି ଚୋରା ଗଂଜେଇ ଚାଲାଣକାରୀମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଫିରିଙ୍ଗିଆ ବ୍ଲକର ମାଓ ଅଧ୍ୟୁସିତ ଅଞ୍ଚଳ କୁହାଯାଉଥିବା ସୁମେରବନ୍ଧ ପଂଚାୟତ ରିବିଲଦା ଗ୍ରାମ ପାଖ ଜଙ୍ଗଲରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା କୌଣସି ସୁତ୍ରରୁ ପୋଲିସ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲେ । ଏହି ମାମଲାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

nrusinghnath
Leave A Reply

Your email address will not be published.