ଗୋଇମୁଣ୍ଡରେ ୪୬ତମ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଦୁର୍ଗାମଣ୍ଡପ ପ୍ରାଙ୍ଗଣରେ ୪୬ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ୱାର୍ଡ ସଭ୍ୟ ଗୋରେଖ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ ଗତ ୨ ବର୍ଷ ଧରି ପୂଜା ଧୁମ୍‌ଧାମ୍‌ରେ ପାଳନ ହୋଇପାରିନଥିବା ବେଳେ ଚଳିତ ବର୍ଷ ପୂଜାକୁ ଆକର୍ଷଣୀୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନେଇ ଆଲୋଚନା ହୋଇଥିଲା । ଦୀର୍ଘ ବର୍ଷରୁ ପାଳିତ ହୋଇଆସୁଥିବା ଏହି ପୂଜା ଗ୍ରାମର ସାମାଜିକ ଏକତାକୁ ମଜବୁତ କରିଆସୁଥିବା ବେଳେ ଆଡ଼ମ୍ବର ସହକାରେ ପାଳନ ନେଇ ମତ ପ୍ରକାଶ ପାଇଥିଲା । ଦୁର୍ଗାପୂଜା ପରିଚାଳନା ପାଇଁ କମିଟି ଗଠନ କରାଯାଇଥିଲା । ସଭାପତି ସନ୍ତୋଷ ସାହୁ, ସମ୍ପାଦକ ଭକ୍ତବନ୍ଧୁ ସାହୁ, କାର୍ଯ୍ୟକାରୀ ସଭାପତି ରୋହିତ ଭୋଇ, ଉପସଭାପତି ଗୋରେଖ ଭୋଇ, ସହ ସମ୍ପାଦକ ଅକ୍ଷୟ କୁମାର ସାହୁ, କୋଷାଧ୍ୟକ୍ଷ ମିନିକେତନ ସାହୁ, କାର୍ଯ୍ୟକାରୀ ସଦସ୍ୟ ଧରମ ସିଂ ଭୋଇ, ଅମିତ ରଣା, ରମାକାନ୍ତ ସାହୁ, ଶରତ ସାହୁ, ରତନ ଭୋଇ, ଧନସିଂ ବାଗ, ଛିନୁ ଭୋଇ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୋମନାଥ ସାହୁ, ରମେଶ ସାହୁ, ଅଶୋକ ନାରାୟଣ ଭୋଇ, ବାଲ୍ମୀକି ଭୋଇ ପ୍ରମୁଖଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.