oom

କୃଷକ ଉତ୍ପାଦକ ସଂଗଠନ ଗଠନରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : କୁତ୍ରା ବ୍ଲକ ଅନ୍ତର୍ଗତ କୃଷି ଭବନ ପରିସରରେ କେନ୍ଦ୍ରୀୟ ଯୋଜନା ଅଧୀନରେ କୃଷକ ଉତ୍ପାଦକ ସଂଗଠନ ଗଠନ ଓ ତାର ବିକାଶ ସମ୍ପର୍କରେ ଏକ କର୍ମଶାଳା ସ୍ୱେଚ୍ଛାସେବୀ ସଂଗଠନ ‘ଲାଲ’ର ଜିଲ୍ଲା ସଂଯୋଜକ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ହେମନ୍ତ କୁମାର ଜେନା, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ, ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ସୁନୀଲ କୁଜୁର, ମିଶନ ଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ସୁମନ ସୋରେନ ଓ ବ୍ଲକ ସହକାରୀ ପରିଚାଳକ କପିଳେନ୍ଦ୍ର ନାୟକ ଓ ବ୍ଲକ ଫେଡେରେସନର ସଭାପତି ତରୁଣୀଲତା ସୁନାନୀ ଅତିଥି ଭାବରେ ଯୋଗଦେଇ ଫାର୍ମର ଉତ୍ପାଦକ ସଂଗଠନ ଗଠନରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସଂଗଠନ ଗଠନ ଦ୍ୱାରା ସମ୍ପୃକ୍ତ ଅଞ୍ଚଳର କୃଷି ଉତ୍ପାଦନ କ୍ଷେତ୍ରରେ ବିକାଶ, ଉନ୍ନତମାନର କୃଷି ଯନ୍ତ୍ରପାତି, ସାର, କୀଟନାଶକ ଔଷଧ ଆଦି ସୁଲଭ ମୂଲ୍ୟରେ ମହିଳା ଚାଷୀମାନେ ପାଇପାରିବେ ବୋଲି ଏହି ବୈଠକରେ ମତ ପକାଶ ପାଇଥିଲା । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କୃଷକ ଉତ୍ପାଦକ ସଂଗଠନ ଗଠନରେ ବହୁସଂଖ୍ୟାରେ ସାମିଲ ହେବା ପାଇଁ ‘ଲାଲ’ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଶ୍ରୀ ପରିଡା ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୀଳିମା ସାହୁ, ତରୁଲତା ସା, ସୁଭଦ୍ରା କିଷାନ, ସତ୍ୟବତୀ ମିଞ୍ଜ, ଅନିତା ଟପ୍ପୋ, ବୀଣାପାଣି ସା, ନମିତା ମିଞ୍ଜ, ଜ୍ୟୋତ୍ସ୍ନା ଲାକ୍ରା, ସଂଗୀତା କୁଜୁର, ସଂଯୁକ୍ତା ମହାନନ୍ଦିଆ, ସୁକାନ୍ତି ଲାକ୍ରା, ପୁଷ୍ପା ଟପ୍ପୋ, ସୁଚିତା କୁଲୁ, ବିନିତା ଏକ୍କା ଓ ସ୍ମିତା ନାୟକ ପ୍ରମୁଖ କୃଷକ ଉତ୍ପାଦକ ସଂଗଠନ ଗଠନ ଓ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୁତ୍ରା ବ୍ଲକ ଅଧୀନରେ ଥିବା ୫ଟି ଗ୍ରାମ ପଞ୍ଚାୟତର ବହୁସଂଖ୍ୟକ ମହିଳା କର୍ମୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.