pakka

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ୩୫୩ ନଂ ଜାତୀୟ ରାଜପଥ ଜୋଙ୍କ ଥାନା ଗୋତମା ଛକରେ ଟ୍ରକ ଧକ୍କାରେ ଏସଆଇଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବୋଡେନ ଥାନା ବୋଇର ଗାଁର ସୁଧାଂଶୁ ଶେଖର ପାଣ୍ଡେ । ସୂଚନା ଅନୁସାରେ ବୋଡେନ ଥାନା ଅଧୀନ ବୋଇର ଗାଁର ସୁଧାଂଶୁ ସେଖର ପାଣ୍ଡେ ଅନୁଗୁଳ ଠାରେ ଟ୍ରେନିଂ ନେଉଥିବା ବେଳେ ନୂଆଁଖାଇ ପାଇଁ ଛୁଟିରେ ଘରକୁ ଆସିଥିଲେ । ଗୋଟମା ଛକ ଠାରେ ବାଇକ ଧରି ଛିଡା ହୋଇଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଟ୍ରକରେ ଚାପି ହୋଇ ଘଟଣାସ୍ଥଳରେ ଏସଆଇଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି ।

Leave A Reply

Your email address will not be published.

15 − 10 =