ଗାଡିଆରେ ବୁଡି ଶିଶୁକନ୍ୟା ମୃତ

ପାଟଣା : ପାଟଣା ଥାନା ଅନ୍ତର୍ଗତ ହଳଦୀବଟା ଗ୍ରାମରେ ଗାଡ଼ିଆରେ ବୁଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକାଲି ଅପରାହ୍ନ ୪ଟା ସମୟରେ ରାଇମଣି ମୁଣ୍ଡା ନାମକ ମାତ୍ର ୩ର୍ଷର ଶିଶୁକନ୍ୟା ଗାଡିଆରେ ବୁଡି ପ୍ରାଣ ହରାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗ୍ରାମର ତପାଇ ମୁଣ୍ଡାଙ୍କ ଝିଅ ରାଇମଣି ଖେଳୁଥିବା ବେଳେ ଅସାବଧାନତା ବସତଃ ଗାଡିଆରେ ପଡ଼ିଯାଇଥିଲା । ପରେ ଖବର ପାଇ ସାହାରପଡ଼ା ଫାଣ୍ଡି ଅଧିକାରୀ ଶିବ ଶଙ୍କର ଆଲଦା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତ ଶିଶୁ କନ୍ୟାର ଶବକୁ ଉଦ୍ଧାର କରିଥିଲେ । ପରେ ଶିଶୁ କନ୍ୟାର ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.