p purohi

ଡାକ୍ତର ଦମ୍ପତିଙ୍କ ପକ୍ଷରୁ ଖବରକାଗଜ ବିତରକଙ୍କୁ ରେନି କୋର୍ଟ ବଣ୍ଟନ

dr. purohit

ବରଗଡ଼, (ନିରୋଜ କୁମାର ପାଣୀ) : ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବରଗଡ଼ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବରେ ଲଗାଣ ବର୍ଷା ହେଉଛି । ଏହି ବର୍ଷା ଯୋଗୁଁ ଅନେକ ବ୍ୟକ୍ତିଙ୍କ ଜୀବିକା ନିର୍ବାହ ଉପରେ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ବିଶେଷ କରି ସକାଳୁ ସକାଳୁ ପ୍ରତ୍ୟେକ ଦିନ ଘରକୁ ଘର ବୁଲି ବିଭିନ୍ନ ଖବର କାଗଜ ବିତରଣ କରୁଥିବା ବିତରକଙ୍କ ଅସୁବିଧା କହିଲେ ନସରେ । ଏହାକୁ ହୃଦୟଙ୍ଗମ କରି ବରଗଡ଼ ସାଇକୃପା ନର୍ସିଂହୋମର ସତ୍ୱାଧିକାରୀ ଡାକ୍ତର ସୁସ୍ମିତା ଦାଶ ଏବଂ ଡାକ୍ତର ରାଜେଶ ତ୍ରିପାଠୀ ଆଜି ଅନେକ ଖବରକାଗଜ ବିତରକଙ୍କୁ ନିଜ ନର୍ସିଂହୋମ ପରିସରକୁ ଡକାଇ ସେମାନଙ୍କୁ ବର୍ଷା ଦାଉରୁ ସାମାନ୍ୟ ରକ୍ଷା ପାଇବା ପାଇଁ ଉନ୍ନତ ମାନର ରେନି କୋର୍ଟ ପ୍ରଦାନ କରିଛନ୍ତି । ଏହି ରେନି କୋର୍ଟ ପ୍ରଦାନ କରିଥିବା ଯୋଗୁଁ ବିତରକ ମାନଙ୍କ ତରଫରୁ ରାଜ କୁମାର ବନଛୋର ଡାକ୍ତର ଦମ୍ଫତ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

nrusinghnath
Leave A Reply

Your email address will not be published.