jayashree

ସଡ଼କ ଦୁର୍ଘଟଣାଗ୍ରସ୍ତ କରୁଣାକର ବରିହାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସରକାରୀ ସହାୟତା ଯୋଗାଇ ଦେବାକୁ କନ୍ୟାକିରଣ ଫାଉଣ୍ଡେସନ ପକ୍ଷରୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ସଡ଼କ ଦୁର୍ଘଟଣାଗ୍ରସ୍ତ କରୁଣାକର ବରିହାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସୂଚନା ଅନୁସାରେ ପାଟଣାଗଡ ବ୍ଲକ ପଣ୍ଡାମୁଣ୍ଡା ଗାଁର କରୁଣାକର ବରିହା କିଛିଦିନ ତଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ପରେ ମଧ୍ୟ ସ୍ଵାସ୍ଥ୍ରବସ୍ଥାରେ ସୁଧାର ଆସୁନାହିଁ । ସେ ତିନି ମାସରୁ ଅଧିକ ହେବ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ତାଙ୍କର ଚିକିତ୍ସା ପାଇଁ ଅର୍ଥର ଅଭାବ ହୋଇଛି । ଉଚ୍ଚତର ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନା ଯାଇପାରୁ ନାହାନ୍ତି । ପରିବାରରେ ସେ ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ତାଙ୍କ ପରିବାରରେ ସ୍ତ୍ରୀ, ୩ଟି ଛୋଟ ପିଲା ଏବଂ ତାଙ୍କ ବୃଦ୍ଧା ମାଆ ବାପା ଅଛନ୍ତି । ଏପରି ସ୍ଥିତିରେ ପରିବାର ଚଲାଇବା କଷ୍ଟକର ହୋଇପଡିଛି । ଖବର ପାଇ କନ୍ୟାକରିଣ ଫାଉଣ୍ଡେସନର ସଭ୍ୟା ସେବିକା ରାଜହଂସଙ୍କ ସହ ସନ୍ତୋଷିନୀ ବିଶି କୁରଣାକର ବରିହାଙ୍କ ପାଖକୁ ଯାଇ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଦାବୀ କରିଛନ୍ତି ।

Leave A Reply

Your email address will not be published.