csstore

ପାଟଣାକୁ ୩୩ କେଭି ବିଦ୍ୟୁତ ସଂଯୋଗ ଅନୁଧ୍ୟାନ କଲେ ଜିଲ୍ଲାପାଳ

ପାଟଣା : କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ପାଟଣା ବ୍ଲକ ଅଞ୍ଚଳ ଗସ୍ତରେ ଆସି ନୂତନ ଭାବେ ଟିକିରା ଗ୍ରୀଡ଼ରୁ ପାଟଣା ବ୍ଲକ ମୁଖ୍ୟାଳୟକୁ ଆସିଥିବା ୩୩ କେଭି ବିଦ୍ୟୁତ ସଂଯୋଗ ସ୍ଥଳ ମୁଷାଖୋରୀ ପିଏସଏସକୁ ଡିଆନାଳୀ ଠାରେ ବୁଲି ଦେଖିଛନ୍ତି । ପାଟଣାକୁ ୩୩ କେଭି ସଂଯୋଗ ପରେ ବିଦ୍ୟୁତ ସେବା କ୍ଷେତ୍ରରେ କେତେ ସୁବିଧା ହେଉଛି ତାହା ମଧ୍ୟ ସେ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ଦାଶ, ପାଟଣା ବିଦ୍ୟୁତ ବିଭାଗ ସହକାରୀ ପରିଚାଳକ ପଦ୍ମକିଶୋର ଜେନା ପ୍ରମୁଖ ଡିଆନାଳୀ ସଵଷ୍ଟେସନ ବୁଲାଇ ଦେଖାଇବା ସହ ବ୍ଲକ କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ । ସେହିପରି ପାଟଣା ବ୍ଲକ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ରାସ୍ତା ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଏହି ବିଭାଗର କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ସରୋଜ କୁମାର ପାଢ଼ୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡା ଓ କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମହାନ୍ତିଙ୍କ ସହ ମଧ୍ୟ ବ୍ଲକ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଥିଲେ ।

jayashree
Leave A Reply

Your email address will not be published.