ବେଲପଡାରୁ ୨୩୬ ବୋତଲ କପ୍‌ସିରଫ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ଜିଲ୍ଲାରେ ନିଶା କାରବାର ବଢି ବଢି ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା ବେଲପଡାରୁ ୨୩୬ ବୋତଲ କପ୍‌ସିରଫ ଜବତ କରିବା ସହ ଘଟଣାରେ ସଂପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ନିତିନ କୁଶଲକର । ତେବେ ଏହି ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଆଞ୍ଜୋଲାମ ଟାବଲେଟ୍ ମଧ୍ୟ ଜବତ କରିଛି ପୋଲିସ ବୋଲି ସୂଚନା ଦେଇଛନ୍ତି ଏସ୍‌ପି ।

Leave A Reply

Your email address will not be published.