ଚାଲିଛି ଉପରାଷ୍ଟ୍ରପତି ମତଦାନ

ନୂଆଦିଲ୍ଲୀ : ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ । ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହା ଆଜି ସ୍ଥିର ହେବ । ନୂଆଦିଲ୍ଲୀର ସଂସଦ ଗୃହରେ ପୂର୍ବାହ୍ନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ଭୋଟ ଗଣତି ଆରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ସଂସଦ ଭବନକୁ ଆସି ନିଜ ମତ ସାବ୍ୟସ୍ତ କରିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ଦୁଇଜଣ ପୂର୍ବତନ ରାଜ୍ୟପାଳ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଦଳଗୁଡ଼ିକ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ଛିଡ଼ା କରାଇଛନ୍ତି ।

Leave A Reply

Your email address will not be published.