ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରା ସୁନେତ୍ର ଯୋଜନାରେ ‘ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରା ସୁନେତ୍ର ଯୋଜନାରେ ‘ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’ର ଶୁଭାରମ୍ଭ ହୋଇଯାଇଥିବା ଜଣାପଡିଛି । ତେବେ ବିଭିନ୍ନ ବିଭାଗର ସହଯୋଗରେ ଜିଲ୍ଲାର ସମସ୍ତ ୨୪୩୯ ସରକାରୀ ଓ ବେସରକାରୀ ସ୍କୁଲରେ ‘ଇ ଚାର୍ଟ’ ଦ୍ୱାରା ସହଜ ଉପାୟରେ ଚକ୍ଷୁ ପରୀକ୍ଷା ସହିତ ଦୃଷ୍ଟି ଦୋଷ ରହିଥିବା ଛାତ୍ରଛାତ୍ରୀଙ୍କୁ ଚଷମା ପ୍ରଦାନ କରିବା ଏବଂ ଆବଶ୍ୟକ ସ୍ଥଳେ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

Leave A Reply

Your email address will not be published.